ବିଦ୍ୟୁତ୍ ବିଲ୍ ୭୯୯ କୋଟି, ଯିଏ ଶୁଣୁଛି ତା’ର ହୋସ୍ ଉଡ଼ିଯାଉଛି

ମନକରି ନୂଆ ଘର ତିଆରି କଲେ। ହେଲେ ପ୍ରଥମ ମାସରେ ବିଦ୍ୟୁତ୍ ବିଲ୍ ଆସିଲା ୭୯୯ କୋଟି। ବିଲ୍ ଦେଖି ଘର ମାଲିକଙ୍କ ହୋସ୍ ଉଡ଼ିଗଲା।

ଉତ୍ତରପ୍ରଦେଶ: ବିଦ୍ୟୁତ୍ ବିଲ୍ ୭୯୯ କୋଟି। ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା। ଏକଥା ଜାଣିଲା ପରେ ଆମକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଥିଲା। କାରଣ ଏହି ବିଲ୍ ମାତ୍ର ୬ ମାସର ଥିଲା। ଆଉ ୬ ମାସରେ ୭୯୯ କୋଟି ଟଙ୍କା ଇଲେକ୍ଟ୍ରି ବିଲ୍। ଏହା ଯାହାକୁ ନାହିଁ ତାହାକୁ ଆଶ୍ଚର୍ଯ୍ୟ ଲାଗିବ।

ତେବେ ପୂର୍ବରୁ ମଧ୍ୟ ଅନେକ ଆଶ୍ଚର୍ଯ୍ୟ କଲା ପରି ଘଟଣା ଆପଣଙ୍କ ସାମ୍ନାରେ ଘଟିଥିବ। ହେଲେ ଏହି ଘଟଣା ସମସ୍ତଙ୍କ କଳ୍ପନା ବାହାରେ ଥିଲା। ଯେଉଁ ବ୍ୟକ୍ତିଙ୍କ ପାଖକୁ ଏହି ବିଲ୍ ଆସିଛି ସେ ମଧ୍ୟ ନିଜେ ଏହାକୁ ଦେଖିବା ପରେ ବେହୋସ ହୋଇଯାଇଥିଲେ। ଏବଂ କହିଥିଲେ ମୋର ସ୍ଥାବର ଅସ୍ଥାବର ଯେତେକି ସମ୍ପତ୍ତି ଅଛି ଯଦି ବିକ୍ରି କରାଯାଏ, ତାହାଲେ ବି ମୁଁ ବିଲ୍ ସୁଝି ପାରିବି ନାହିଁ।

ନୂଆ ଘର: ତେବେ ଘଟଣାଟି ହେଉଛି ଉତ୍ତରପ୍ରଦେଶର ଆଜମଗଡ଼ ଜିଲ୍ଲାରୁ ଆସିଛି। ଆଉ ଯେଉଁ ବ୍ୟକ୍ତିଙ୍କ ନାଁରେ ଏତେ ଟଙ୍କାର ବିଲ୍ ଆସିଛି ସେ ଏକ ଡିଗ୍ରୀ କଲେଜର ଅଧ୍ୟକ୍ଷ ଅଟନ୍ତି। ତାଙ୍କ ନାଁ ହେଉଛି ଡାକ୍ତର ବିଜେନ୍ଦ୍ର ରାୟ।

ବିଜେନ୍ଦ୍ର ପାଖାପାଖି ବର୍ଷେ ପୂର୍ବେ ଏକ ନୂଆ ଘର ତିଆରି କରିଥିଲେ। ଏବଂ ଆଜି କାଲିକା ଦୁନିଆରେ ତ ଇଲେକ୍ଟ୍ରି ବିନା ସବୁ ଅଚଳ। ଠିକ୍ ସେହିପରି ବିଜେନ୍ଦ୍ର ମଧ୍ୟ ନିଜ ନୂଆ ଘରକୁ ଇଲେକ୍ଟ୍ରି ସଂଯୋଗ କରିଥିଲେ।

ହେଲେ ଘର ତିଆରି କରିବା ବେଳେ ସେ କଞ୍ଜ୍ୟୁମର ହୋଇନଥିଲେ। ତାଙ୍କ ମା’ଙ୍କ ନାଁରେ ଅକ ଅସ୍ଥାୟୀ ଇଲେକ୍ଟ୍ରି ସଂଯୋଗ ନେଇଥିଲେ। ପାଖାପାଖି ୬ ମାସ କାଳ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗରେ ସେ ଚଳୁଥିଲେ। ଏବଂ ବିଲ୍ ମଧ୍ୟ ଠିକ୍ ଠାକ୍ ଆସୁଥିଲା।

୭୯୯ କୋଟିର ବିଲ୍: ହେଲେ ଯେତେବେଳେ ବିଜେନ୍ଦ୍ରଙ୍କ ନାଁରେ ବିଦ୍ୟୁତ୍ ସଂଯୋଗ ହେଲା ଏବଂ ପ୍ରଥମ ମାସରେ ବିଲ୍ ଆସିଲା। ତାହା ଦେଖି ତାଙ୍କ ପାଦ ତଳୁ ମାଟି ଖସିଗଲା। ଏବଂ ପ୍ରଥମ ମାସରେ ତାଙ୍କ ପାଖକୁ ୭୯୯ କୋଟି ଟଙ୍କାର ଇଲେକ୍ଟ୍ରି ବିଲ୍ ଆସିଥିଲା। ଯାହାକୁ ଜଦେଖି ସେ ବେହୋସ ହୋଇଗଲେ।

ଏବଂ କହିଲେ ମୁଁ ମୋର ସବୁ ସମ୍ପତ୍ତି ବିକ୍ରି କରିଦେଲେ ମଧ୍ୟ ଇଲେକ୍ଟ୍ରି ବିଲ୍ ଦେଇପାରିବି ନାହିଁ। ଏହି ଘଟଣା ଶୁଣି ଆପଣ ବି ମୁଣ୍ଡରେ ହାତ ଦେଉଛନ୍ତି ନା। ତାହାଲେ ଭାବନ୍ତୁ ଯାହା ପାଖକୁ ବିଲ୍ ଯାଇଛି ତାର ଅବସ୍ଥା କିପରି ଥିବ।

ଅଭିଯୋଗ: ତେବେ ଆମେ ଏଠି କହିରଖିବା ପାଇଁ ଚାହିଁବୁ କି ଏଥିରେ ସମ୍ପୂର୍ଣ୍ଣ ଭୁଲ୍ ବିଦ୍ୟୁତ୍ ବିଭାଗର ଥିଲା। ଆଉ ବ୍ୟକ୍ତିଙ୍କ ନାଁରେ ଭୁଲରେ ଏତେ ଟଙ୍କାର ବିଲ୍ ଆସିଯାଇଥିଲା। ଯାହାକୁ ନେଇ ଅଧ୍ୟକ୍ଷ ଜଣକ ବିଦ୍ୟୁତ୍ ବିଲ୍ ସଂଶୋଧନ ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଏବଂ ମୌଖିକ ଅଭିଯୋଗ କରିଥିଲେ।

ହେଲେ ଏବେ ଯାଏଁ ଚାହା ସଂଶୋଧନ ହେଲା ନାହିଁ। ଅଧ୍ୟକ୍ଷଙ୍କ ଅଭିଯୋଗ ବିଦ୍ୟୁତ ବିଭାଗ ପ୍ରତ୍ୟେକ ଥର ପ୍ରତିଶ୍ରୁତି ଦେଇ ଆସୁଛି ଯେ ଆଗାମୀ ମାସରେ ସଂଶୋଧନ କରାଯିବ କିନ୍ତୁ ଆଜକୁ ୬ ମାସ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ବିଲ୍ ସଂଶୋଧନ କରାଯାଇ ନାହିଁ।