‘ଯେଉଁମାନଙ୍କର ଆୟ ୧୦ ହଜାର ସେମାନେ ରାସନ କାର୍ଡ ଫେରାନ୍ତୁ’, ଯୋଗାଣ ମନ୍ତ୍ରୀଙ୍କ ଅପିଲ୍‌

ପୁଣି ଯୋଗାଣ ମନ୍ତ୍ରୀଙ୍କ ଅପିଲ୍‌, କହିଲେ- ନିଜ ଆଡୁ ରାସନ କାର୍ଡ ଫେରାନ୍ତୁ

ଭୁବନେଶ୍ୱର: ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଅପିଲ୍ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ସେମାନେ ତୁରନ୍ତ କାର୍ଡ ଫେରାନ୍ତୁ।

ସେ ଆହୁରି କହିଛନ୍ତି ଯେ, ସହରାଞ୍ଚଳରେ ଯେଉଁମାନଙ୍କର ଆୟ ୧୫ ହଜାର ଟଙ୍କା ସେମାନେ ମଧ୍ୟ କାର୍ଡ ଫେରାଇ ଦିଅନ୍ତୁ। ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେନି। ଫେରାଇ ଦିଅନ୍ତୁ।

କାଲି ପୋର୍ଟାଲ ଖୋଲିବା ପରେ ଦେଢ ହଜାର ଆବେଦନ ହୋଇଛି। ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି। ୮୦ ହଜାର ଅଯୋଗ୍ୟ ହିତାଧିକାରୀ ୧୨ ହଜାର କାର୍ଡ ଫେରାଇଲେଣି। ସାଢେ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି।