Breaking: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; କେନ୍ଦୁଝର ପାଟଣାରେ ତିଆରି ହେବ ବୃହତ ଇସ୍ପାତ କାରଖାନ

କେନ୍ଦୁଝର: କେନ୍ଦୁଝର ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ । ଏ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଭାଷଣା ଦେବାବେଳେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି ।

୩୦ ହଜାରରୁ ୪୦ ହଜାର କୋଟି ବିନିଯୋଗରେ ନିର୍ମାଣ ହେବ ଏହି ମେଗା ଇସ୍ପାତ କାରଖାନା; ଯାହା ନେଇ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା ।

ଏ ନେଇ ଜେଏସଡବ୍ଲ୍ୟୁ ଓ ପୋସ୍କୋ କମ୍ପାନୀ ସରକାରୀଙ୍କ ସହ ଏମଓୟୁ କରିଛନ୍ତି । ଖୁବଶୀଘ୍ର ଏ ନେଇ କାମ ଆରମ୍ଭ ହେବ ବୋଲି କହିଛନ୍ତି ମୋହନ ମାଝୀ ।