ପେଟ ଗ୍ୟାସ ସମସ୍ୟାକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଘରୋଇ ଉପଚାର
ପେଟ ଫୁଲିବା ଏବଂ ପେଟ ଗ୍ୟାସ ହେବା ସାଧାରଣ ସମସ୍ୟା । ଘରୋଇ ଉପଚାରରେ ଦୂର କରନ୍ତୁ ସମସ୍ୟା ।
ନୂଆଦିଲ୍ଲୀ: ପେଟ ଫୁଲିବା ଏବଂ ଗ୍ୟାସ ହେବା ଏକ ପ୍ରକାର ସାଧାରଣ କଥା । ଏହା ଯେପରି କମନ ସେମିତି ହଇରାଣ ମଧ୍ୟ କରିଥାଏ । ତେବେ ଏଭଳି ସମସ୍ୟାରୁ ବାହାରିବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି ।
ପେଟ ଏବଂ ପାଚନତନ୍ତ୍ରକୁ ଠିକ୍ ରଖିବା ପାଇଁ ଆଣ୍ଟିଅକ୍ସିଡେଣ୍ଟ, ଫାଇବର ଏବଂ ମିନେରାଲ୍ସ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ ଅଟେ । ଯଦି ଗ୍ୟାସ ସମସ୍ୟା ଲାଗି ରୁହେ ତେବେ ତେଲ ମସଲା ଏବଂ ମଇଦା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ୍ ।
ସକାଳେ ଉଷୁମ ପାଣିରେ ଲେମ୍ବୁ ଏବଂ କଳା ଲୁଣ ମିଶାଇ ପିଇବା ଉଚିତ । ଏହା ପାଚନତନ୍ତ୍ରକୁ ମଜଭୁତ ରଖିଥାଏ । ଡାଏଟରେ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ସାମିଲ କରିବା ଜରୁରୀ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ଫାଇବର ପାଚନତନ୍ତ୍ର ପାଇଁ ଜରୁରୀ ଅଟେ । ଫାଇବର ଡାଇଜେସନକୁ ବୃଦ୍ଧି କରିଥାଏ ।
ଦହି ଭଳି ଖାଦ୍ୟ ଖାଇବା ଉଚିତ୍ । କାରଣ ଏଥିରେ ଗୁଡ୍ ବ୍ୟାକ୍ଟେରିଆ ରହିଥାଏ । ଯଦି ସମସ୍ୟା ଲାଗି ରୁହେ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।