ଏକାଦଶରେ ପରିବର୍ତ୍ତନ ରୋହିତଙ୍କର ଥିଲା ସଠିକ୍ ନିଷ୍ପତ୍ତି, ବିଜୟ ପରେ ଏହି ଖେଳାଳିଙ୍କର ଖୁବ ପ୍ରଶଂସା କଲେ ଅଧିନାୟକ
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାଲିଥିବା ଚାମ୍ପିୟନ୍ସ ଟ୍ରପିରେ ଟିମ୍ ଇଣ୍ଡିଆ ଶାନଦାର ପ୍ରଦର୍ଶନ କରିଛି। ଭାରତୀୟ ଟିମ ଏପର୍ଯ୍ୟନ୍ତ ସମୁଦାୟ ୩ଟି ମ୍ୟାଚ ଖେଳିଛି ଏବଂ ଏହି ୩ଟି ମ୍ୟାଚରେ ହିଁ ଭାରତକୁ ବିଜୟ ମିଳିଛି।
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨୦୨୫ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ଷ୍ଟେଜ ମୁକାବିଲା ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚରେ ଭାରତ ୪୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ରୋହିତ ଶର୍ମାଙ୍କ ଟିମ୍ ପଏଣ୍ଟଓ ଟେବଲେରେ ନମ୍ବର ୱାନରେ ପହଞ୍ଚିଯାଇଛି।
ଭାରତର ମୁକାବିଲା ବର୍ତ୍ତମାନ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ହେବ। ଭାରତର ଏହି ବିଜୟରେ ବରୁଣ ଚକ୍ରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ରୋହିତ ଶର୍ମା ଏହି ମ୍ୟାଚ ପାଇଁ ପ୍ଲେଇଂ ଇଲେଭେନରେ ଏକ ପରିବର୍ତ୍ତନ କରିଥିଲେ।
ସେ ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ଦେଇଥିଲେ। ରୋହିତଙ୍କ ଏହି ନିଷ୍ପତ୍ତି ସଠିକ୍ ପ୍ରମାଣିତ ହେଲା। ସେ ମ୍ୟାଚ ପରେ ବରୁଣ ଚକ୍ରବର୍ତ୍ତୀଙ୍କର ଖୁବ ପ୍ରଶଂସା କରିଛନ୍ତି।
ରୋହିତ ଶର୍ମା ବରୁଣ ଚକ୍ରବର୍ତ୍ତୀଙ୍କର କଲେ ପ୍ରଂଶସା: ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ ରୋହିତ ଶର୍ମା ବରୁଣଙ୍କୁ ନେଇ କହିଛନ୍ତି ଯେ, ତାଙ୍କ ଭିତରେ କିଛି ଅନ୍ୟନ୍ୟ କଥା ରହିଛି, ସେଥିପାଇଁ ସେ ଚେଷ୍ଟା କରି ଦେଖାଇବାକୁ ଚାହୁଁଥିଲେ, ବରଣୁ କଣ କରିପାରେ।
ସେ କହିଛନ୍ତି ଯେ, ସେ ଆଗାମୀ ମ୍ୟାଚ ବିଷୟରେ ବେଶୀ କିଛି ଭାବୁନାହାନ୍ତି। ତାଙ୍କ ପାଇଁ ସବୁ ମ୍ୟାଚ ଜିତିବା ଏବଂ ଏକ ଛୋଟ ଟୁର୍ଣ୍ଣାମେଣ୍ଟରେ ସବୁକିଛି ସଠିକ୍ କରିବା ଖୁବ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ପାଇଁ ଭୁଲକୁ ସଙ୍ଗେ ସଙ୍ଗେ ସଠିକ୍ କରିବା ଗୁରୁତ୍ୱପୂର୍ଣ୍ଣ। ଏହିଠାରୁ ତାଙ୍କୁ ଜଣାପଡୁଛି ଯେ, ଟିମ ଉପରକୁ ଯାଉଛି ନା ନିମ୍ନଗାମୀ ହେଉଛି।