STA ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍,ଏକକାଳୀନ 9 ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: କଟକ ଏସଟିଏ (ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି) ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍ । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଏବଂ କଟକସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିବା ସୂଚନା ।

ପ୍ରାଇଭେଟ ଏଜେନ୍ସିକୁ ଅନୁକମ୍ପା ଦେଖାଇ ସରକାରୀ ପ୍ରୋଜେକ୍ଟରେ ସାମିଲ କରୁଥିବା ନେଇ ଅଭିଯୋଗ ହୋଇଛି । ତେବେ ପ୍ରଦୀପ ନିଜ ଚାକିରିକାଳରେ ବେକେଠାରୁ ଏ କାମ ଆରମ୍ଭ କରିଛନ୍ତି, ତାହା ରେଡ୍ ପରେ ଜଣାପଡ଼ିବ ।