ଅଧା ରହିଗଲା ୧୦ମ ପରୀକ୍ଷା, କେନ୍ଦ୍ରରେ ପହଞ୍ଚିପାରିଲେନି ଛାତ୍ର, ଧକ୍କାରେ ଚାଲିଗଲା ଜୀବନ
ଦୁର୍ଘଟଣାରେ ଚାଲିଗଲା ୧୦ମ ଛାତ୍ରଙ୍କ ଜୀବନ
ମାଲକାନଗିରି: ଆଜି ସରୁଛି ମାଟ୍ରିକ୍ ପରୀକ୍ଷା। ହେଲେ ବର୍ତ୍ତମାନ ମାଲକାନଗିରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୦ଛାତ୍ରଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ପିକ୍ଅପ୍ ଏହି ୧୦ମ ଛାତ୍ରଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଚନ୍ଦନଗୁଡ଼ା ନିକଟରେ ବାଇକରେ ଏହି ଛାତ୍ର ଜଣକ ପରୀକ୍ଷା ଦେବା ଲାଗି ଯାଉଥିଲେ। ଏହି ସମୟରେ ଏକ ପିକ୍ଅପ୍ ଧକ୍କା ଦେଇଥିଲା।