ଆଇନଜୀବୀଙ୍କ କଳାକୋଟକୁ ନେଇ ବଡ଼ ନିଷ୍ପତ୍ତି, ଜାଣନ୍ତୁ ଏହା ବ୍ୟତୀତ କ’ଣ ପିନ୍ଧିପାରିବେ

କଟକ: ଆଇନଜୀବୀଙ୍କ କଳାକୋଟକୁ ନେଇ ହୋଇଛି ବଡ଼ ନିଷ୍ପତ୍ତି । ଖରାଦିନେ କୋଟକୁ କଳାକୋଟ ପିନ୍ଧି ଆସିବାକୁ ଆଉ ବାଧ୍ୟତାମୂଳକ ହେବନି । ଏପ୍ରିଲ ପହିଲାରୁ ଜୁନ ୩୦ ଯାଏଁ ଏହା ବାଧ୍ୟତାମୂଳକ ହେବନି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଇନଜୀବୀଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ସେମାନେ ଏହା ବ୍ୟତୀତ ଧଳାସାର୍ଟ, ପ୍ୟାଣ୍ଟ ଓ ଧଳା ନେକ ବ୍ୟାଣ୍ଡ ବ୍ୟବହାର କରିପାରିବେ । ଏନେଇ ରାଜ୍ୟ ବାର୍ କାଉନସିଲରେ ନିଷ୍ପତ୍ତି ହୋଇଛି ।

ତେବେ ଚଳିତ ମାସ ଆରମ୍ବରୁ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବା ସହ ତାପମାତ୍ରା ଉପର ମୁଁହା ହୋଇ ପ୍ରବଳ ରୌଦ୍ରତାପ ଆରମ୍ଭ ହୋଇଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ କିନ୍ତୁ ଭିନ୍ନ ଏକ ପରିବେଶ ଅନୁଭୂତ ହେଉଛି।

ଦିନରେ ପ୍ରବଳ ଖରା ହେଉଥିବାବେଳେ ରାତିରେ ଥଣ୍ଡା ହେଉଛି। ଗୁରୁବାର ଘୁ.ଉଦୟଗିରି ସହରର ସର୍ବୋଚ୍ଚ ତାପମାତ୍ରା ୩୧.୨ଡିଗ୍ରୀ ଏବଂ ରାତିରେ ୮.୮ଡିଗ୍ରୀ ରେକର୍ଡ କରାଯାଇଥିବା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।