ନିଃସନ୍ତାନ ଦମ୍ପତ୍ତି ନେଲେ ୫ ବର୍ଷୀୟ କୁନି ଝିଅର ଜୀବନ, ଦେହ ଭଲ ହେବା ଅନ୍ଧବିଶ୍ୱାସରେ ହତ୍ୟା

ନିଖୋଜ ହୋଇଯାଇଥିଲା ୫ବର୍ଷର ଝିଅ, ସିସିଟିଭି ଫୁଟେଜ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଗୋଆରେ ଜଣେ ଦମ୍ପତ୍ତି ନିଜ ପଡୋଶୀଙ୍କ ପାଞ୍ଚ ବର୍ଷୀୟ ଝିଅର ହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଦୁଇଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତ ବାବାସାହେବ ଅଲାର ଏବଂ ତାଙ୍କ ପତ୍ନୀ ପୂଜା ପୋଲିସକୁ କହିଥିଲେ ଯେ, ଜଣେ ତାନ୍ତ୍ରିକ ତାଙ୍କୁ ନିଜ ଦୁଃଖକୁ ଦୂର କରିବା ପାଇଁ ଜଣେ ଶିଶୁକୁ ବଳି ଦେବାକୁ ପରାମର୍ଶ ଦେଇଥିଲେ।

ପୋଲିସ ଅଫିସରଙ୍କ କହିବାନୁଯାୟୀ, ଶିଶୁଟିର ଅଭିଭାବକ ବୁଧାବାର ଦିନ ଥାନାରେ ଅଭିଯୋଗ କରିଥିଲେ ଯେ, ଶିଶୁଟି ନିଖୋଜ ଅଛି।

ପୋଲିସ କହିଛି ଯେ, ସିସିଟିଭି ମୁତାବକ ଫୁଟେଜରେ ଦେଖିବାକୁ ମିଳିଛି ଯେ, ଶିଶୁଟି ଅଭିଯୁକ୍ତଙ୍କ ଘରେ ପଶିଥିଲା, ହେଲେ ବାହାରକୁ ବାହାରି ନଥିଲା।

ପଚରାଉଚରା ସମୟରେ ନିଃସନ୍ତାନ ଦମ୍ପତ୍ତି ନିଜର ଭୁଲକୁ ସ୍ୱୀକାର କରି କହିଛନ୍ତି ଯେ, ଗୁଣି କରୁଥିବା ବ୍ୟକ୍ତିଙ୍କ କଥାରେ ଶିଶୁଟିକୁ ମାରିଦେଇଛନ୍ତି। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।