“ମୁଁ ଆମ ପ୍ରେମ କାହାଣୀ ଲେଖିବାକୁ ଆଉ ଅପେକ୍ଷା..”, ଜାଗ୍ରତି ସେୟାର କଲେ ଅନୁଭବଙ୍କ ସହ ନିର୍ବନ୍ଧର ପ୍ରଥମ ଫଟୋ

ଅନୁଭବ-ଜାଗ୍ରତିଙ୍କର ସରିଲା ନିର୍ବନ୍ଧ, ଏବେ ଭାଇରାଲ ହେଉଛି ପୋଷ୍ଟ

ଭୁବନେଶ୍ୱର: ଗତକାଲି ଅର୍ଥାତ ୭ ମାର୍ଚ୍ଚରେ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଳାଙ୍କ ନିର୍ବନ୍ଧ ସରିଛି। ଏହା ବର୍ତ୍ତମାନ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି।

ତେବେ ଏହି ଦୁହିଁଙ୍କର ନିର୍ବନ୍ଧ ଗତକାଲି ଏକ ହୋଟେଲରେ ଗ୍ରାଣ୍ଡ ଭାବେ ସେଲିବ୍ରେଶନ ହୋଇଥିଲା। ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଥିଲା।

ବର୍ତ୍ତମାନ ଜାଗ୍ରତି ନିଜ ଇନଷ୍ଟା ଏବଂ ଫେସବୁକ ଆଇଡିରେ ଅନୁଭବ ମହାନ୍ତିଙ୍କ ସହ ହୋଇଥିବା ନିର୍ବନ୍ଧ ବେଳର ଫଟୋ ସେୟାର କରିଛନ୍ତି। ଏଥିସହ ସେ ନିଜ ଭାବି ସ୍ୱାମୀଙ୍କୁ ନେଇ କ୍ୟାପ୍ସନରେ ଅନେକ କଥା ଲେଖିଛନ୍ତି।

 

View this post on Instagram

 

A post shared by Jagrati Shukla (@jagratishukla29)

ଜାଗ୍ରତି ଅନୁଭବ ମହାନ୍ତିଙ୍କ ସହ ଏକ ନିବିଡ ଫଟୋ ସହ ଅନ୍ୟ ଏକ ମୁଦୀ ପିନ୍ଧା ଫଟୋ ସେୟାର କରିଛନ୍ତି। ସେ ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, “ମୁଁ ମୋ ନିଜର ସବୁଠୁ ଭଲ ବାନ୍ଧବୀଙ୍କୁ ହଁ କହିଦେଇଛି।

ଆମର ପରିବାର, ସଂପର୍କୀୟ, ସାଙ୍ଗସାଥୀଙ୍କ ନିରନ୍ତର ସମର୍ଥନ ପାଇଁ ମୋ ହୃଦୟ କୃତଜ୍ଞତା ସହ ଭରିଯାଇଛି। ସାଙ୍ଗର ଏହି ବନ୍ଧନ ଏକ ସୁନ୍ଦର ବନ୍ଧନରେ ପରିବର୍ତ୍ତନ ହୋଇଛି। ମୁଁ ଆମ ପ୍ରେମ କାହାଣୀ ଲେଖିବାକୁ ଆଉ ଅପେକ୍ଷା କରିପାରିବି ନାହିଁ।”