ବଢ଼ୁଛି ଗୁଟ୍ଖା, ତମାଖୁ ଟିକସ ଆୟ, ୨୦୨୪-୨୫ରେ ୧ ହଜାର ୪୭ କୋଟି ଟଙ୍କା ଆଦାୟ
ଗୃହରେ ଉଠିଲା ପାନ ଗୁଟ୍ଖା ପ୍ରସଙ୍ଗ ।
ଭୁବନେଶ୍ବର: ରାଜ୍ୟରେ ଉଠିଲା ପାନ, ଗୁଟଖା ପ୍ରସଙ୍ଗ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି ।
କ୍ରମାଗତ ଭାବେ ବଢ଼ୁଛି ଗୁଟ୍ଖା, ତମାଖୁ ଟିକସ ଆୟ । କେବଳ ୨୦୨୪-୨୫ରେ ୧ ହଜାର ୪୭ କୋଟି ଟଙ୍କା ଆଦାୟ ହୋଇଛି । ୧୬ଟି ରାଜ୍ୟରୁ ପାନ ମସଲା, ଗୁଟ୍ଖା, ତମାଖୁ ଓଡ଼ିଶାକୁ ଆସୁଛି ।
ରାଜ୍ୟରେ ଗୁଟ୍ଖା ଓ ପାନମସଲା ଉପରେ କଟକଣା ଲାଗିଛି । ଏହା ସତ୍ତ୍ୱେ ଗୁଟ୍ଖା ଓ ପାନମସଲା ବିକ୍ରି ତ ବନ୍ଦ ହେଉନାହିଁ । ଏହା ଦ୍ବାରା ବର୍ଷକୁ ବର୍ଷ ରାଜସ୍ବ ବୃଦ୍ଧି ପାଉଥିବା ତଥ୍ୟ ସାମ୍ନାକୁ ଆସୁଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ୧୬ଟି ରାଜ୍ୟରୁ ପାନ ମସଲା ଏବଂ ତମାଖୁ ଉତ୍ପାଦ ଓଡ଼ିଶାରେ ଆମଦାନୀ ହେଉଛି ।