ବଢ଼ୁଛି କୁଷ୍ଠ ରୋଗୀଙ୍କ ସଂଖ୍ୟା, ବିଧାନସଭାରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧ ଲକ୍ଷ ୪୩ ହଜାର ୬୯୧ କୁଷ୍ଠ ରୋଗୀ ଅଛନ୍ତି । ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

୨୦୦୬-୦୭ରେ ରାଜ୍ୟରେ ୫୦୮୮ କୁଷ୍ଠ ରୋଗୀ ଥିଲେ । ୨୦୧୮-୧୯ରେ ସର୍ବାଧିକ ୧୦ ହଜାର ୭୮୬ ରୋଗୀ ଚିହ୍ନଟ ହୋଇଥିଲେ ।

୨୦୨୩-୨୪ରେ ୮୩୯୬ ରାଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟରେ କ୍ରମାଗତ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଆଗାମୀ ଦିନରେ ସରକାରଙ୍କ ତରଫରୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।