(Video) ସେଲିବ୍ରେସନକୁ ଭୟଙ୍କର କରିଦେଲେ ଜେଜେମା, ଭାଇରାଲ ଭିଡିଓ ଦେଖି ଲୋକେ କହିଲେ- ‘ଦାଦୀଙ୍କ କମବ୍ୟାକ୍’
ଭାଇରାଲ ଭିଡିଓ, ଦେଖନ୍ତୁ କେମିତି ଜେଜେ ମାଆ କଲେ ବାର୍ଥଡେ ସେଲିବ୍ରେସନ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେନି। ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ବାର୍ଥଡେ ଭିଡିଓ ଭାଇରାଲ ହେଉଛି।
ଏହା ବୋଧ ହୁଏ ଜେଜେ ମାଆଙ୍କ ବାର୍ଥଡେ। କାରଣ ସେ ଏହି ଭିଡିଓରେ ମୁଣ୍ଡରେ ଟୋପି ପିନ୍ଧିଛନ୍ତି। ସାମ୍ନା ଟେବଲରେ ଏକ ବାର୍ଥ ଡେ କେକ୍ ରଖାଯାଇଛି।
ଏଥିସହ ଜେଜେ ମାଆଙ୍କ ହାତରେ ଏକ ଫ୍ଲେୟାର ଗନ୍ ରହିଛି। ଏହାର ବ୍ୟବହାର ଜେଜେ ମାଆଙ୍କୁ ଆସୁନାହିଁ। ଏହା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
ଫ୍ଲେୟାର ଗନ ଚାଲୁହେବା ମାତ୍ରେ, ଜେଜେ ମାଆ ଏହାକୁ ଧରି ବୁଲିବାକୁ ଲାଗିଛନ୍ତି। ପାଖରେ ଥିବା ଲୋକେ ଜେଜେ ମାଆଙ୍କର ଏହି ଫ୍ଲେୟାର ଗନ୍ ଯୋଗୁଁ ଭୟଭୀତ ହୋଇ, ଏଣେ ତେଣେ ପଳାୟନ କରୁଛନ୍ତି।
https://twitter.com/tanu_sthetic/status/1898587286477881345?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1898587286477881345%7Ctwgr%5E3b1fa90b389f2e053e069cba251c3186c9a809fc%7Ctwcon%5Es1_&ref_url=https%3A%2F%2Fwww.indiatv.in%2Fviral%2Fnews%2Fgrandma-changed-the-atmosphere-of-celebration-into-fear-people-are-making-funny-comments-after-watching-the-video-2025-03-10-1119199
ଏହି ଭିଡିଓଟି @tanu_sthetic ନାମକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଭିଡିଓକୁ ପୋଷ୍ଟ କରି କ୍ୟାପ୍ସନରେ ଲେଖାଯାଇଛି ଯେ, ଜେଜେ ମାଆ କହୁଛନ୍ତି ଯେ, ଏବେ ମୋର କମବ୍ୟାକ ହେବ।
ଏହି ଭିଡିଓକୁ ଖବର ଲେଖିବା ଯାଏଁ ୭୫ ହଜାରରୁ ଅଧିକ ଲୋକେ ଦେଖିସାରିଛନ୍ତି। ଜଣେ ୟୁଜର ଏହି ଭିଡିଓ ତଳେ କମେଣ୍ଟ କରିଛନ୍ତି ଯେ, ଆରେ ଭାଇ ଜେଜେ ମାଆଙ୍କ କମବ୍ୟାକ ଏମିତି ହେବ। ଅନ୍ୟଜଣେ ୟୁଜର ଲେଖିଛନ୍ତି ଯେ, କମବ୍ୟାକ ହେବା ବର୍ତ୍ତମାନ ଧାର୍ଯ୍ୟ।