(Video) ‘ସେ କ’ଣ ଗ୍ରେଟ୍ ଖଲିଙ୍କ ଭଉଣୀ’, ଭାଇରାଲ ଭିଡିଓରେ ଏହି ଯୁବତୀଙ୍କ ହାଇଟ୍ ଦେଖି ସବୁ ଆଶ୍ଚର୍ଯ୍ୟ
ଯୁବତୀଙ୍କ ଉଚ୍ଚତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିିଡିଓ ଭାଇରାଲ ହେବାରେ ଲାଗିଛି। ଭ୍ୟୁଜ ଏବଂ ଲାଇକ୍ ପାଇଁ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି।
କିଏ ଡ୍ୟାନ୍ସ, କିଏ କମେଡି ଏବଂ କିଏ ରୋଷେଇର ଭିଡିଓ କରି ଭ୍ୟୁଜ୍ ନେଉଥିବା ବେଳେ ଆଉ କିଏ ଭୟଙ୍କର ଷ୍ଟଣ୍ଟ କରି ଭ୍ୟୁ ପାଇଁ ନିଜ ଜୀବନକୁ ବିପଦରେ ପକାଇ ଭିଡିଓ କରୁଛି।
ତେବେ ଏହାରି ମଧ୍ୟରେ ଏକ ଏମିତି ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ। ଜଣେ ଯୁବତୀଙ୍କ ହାଇଟ୍ ବା ଉଚ୍ଚତା ସାଧାରଣ ଉଚ୍ଚତା ନୁହେଁ। ସେ ଏକ ଘର ଉଚ୍ଚତାର ହେବେ। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ସେହି ଯୁବତୀଜଣକ ମେଳାରେ ବୁଲୁଛନ୍ତି।
ଭିଡିଓର ପ୍ରଥମରେ ସେ ଜଣେ ମାଉସୀଙ୍କ ପଛପଟେ ଠିଆ ହୋଇଗଲେ, ତାଙ୍କୁ ହଠାତ ଦେଖି ସେ ଭୟଭୀତ ହୋଇଯାଇଛନ୍ତି। ଏହାପରେ ରାସ୍ତାରେ ଯିଏ ଯାଉଛି, ସେହି ଯୁବତୀଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହୁଁଛନ୍ତି। ଜଣେ ମହିଳା ତାଙ୍କର ଭିଡିଓ ବି କରୁଥିବାର ନଜର ଆସିଛି।
ଏହି ଭିଡିଓଟି ritrisha_adhikary ନାମକ ଇନଷ୍ଟାଗ୍ରାମ ଆଉଣ୍ଟରେ ଛଡାଯାଇଛି। ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଲୋକେ ଲାଇକ ଦେଇଥିବା ବେଳେ ୨୨ ହଜାର ୧୮୯ କମେଣ୍ଟ ଆସିଛି। ଏହି ଆକାଉଣ୍ଟଟି ତାଙ୍କ ନିଜର ବୋଲି ଜଣାପଡୁଛି।
View this post on Instagram
ଏଥିସହ ଏହି ଭିଡିଓକୁ ୨ କୋଟି ଲୋକେ ଦେଖିସାରିଲେଣି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କମେଣ୍ଟ ଦେଇ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏଥିରେ ଜଣେ ୟୁଜର୍ସ କହିଛନ୍ତି ଯେ, ଏ କଣ ଗ୍ରେଟ୍ ଖଲିଙ୍କ ଭଉଣୀ।