fbpx

ଆଜିଠୁ ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଗଞ୍ଜାମ,୨୧/୭(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ପ୍ଲାଜମା ଥେରାପି । ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଚିକିତ୍ସା କରାଯିବ । ସବୁଠାରୁ ଅଧିକ ଆକ୍ରାନ୍ତ ହେଉଥିବା ଗଞ୍ଜାମ ଜିଲ୍ଲାର କୋରୋନା ରୋଗୀମାନେ ପ୍ଲାଜମା ଥେରାପି ଦ୍ଵାରା ଅନେକ ସୁବିଧା ପାଇପାରିବେ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି ।

ତେବେ ଭୁବନେଶ୍ୱରର ସମ୍ କୋଭିଡ୍ ହସପିଟାଲ ଓ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.