ନୂଆଦିଲ୍ଲୀ: ଆଜିକାଲି ସମାଜରେ ସୋସିଆଲ ମିଡିଆର ବ୍ୟବହାର ବଢ଼ିଚାଲିଛି । ଏଥିରେ ଅନେକ ଲୋକ ପ୍ରେମରେ ମଧ୍ୟ ପଡୁଛନ୍ତି, ଯେଉଁଥିରେ ବିବାହିତ ବ୍ୟକ୍ତି ମଧ୍ୟ ସାମିଲ । ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ମଧ୍ୟପ୍ରଦେଶର ଗ୍ୱାଲିୟରରୁ ସାମ୍ନାକୁ ଆସିଛି ।
ଏହି ମାମଲାରେ ଜଣେ ସ୍ୱାମୀ ଫେସବୁକ ଓ ଇନଷ୍ଟାଗ୍ରାମରେ ନୂଆ ନୂଆ ଯୁବତୀଙ୍କ ସହ ଫ୍ଲର୍ଟ କରୁଥିବା ବେଳେ ଧରାପଡିଛନ୍ତି । ସ୍ୱାମୀଙ୍କ ଏହି ଧୋକାକୁ ଧରିବା ପାଇଁ ପତ୍ନୀ ଏପରି ମାଷ୍ଟର ପ୍ଲାନ୍ କଲେ କି ସ୍ୱାମୀର ହୋସ୍ ଉଡ଼ିଗଲା ।
ଗ୍ୱାଲିୟରରେ ଜଣେ ନବବିବାହିତ ମହିଳାଙ୍କୁ ସନ୍ଦେହ ଥିଲା କି, ତାଙ୍କ ସ୍ୱାମୀ ଧୋକା ଦେଉଛନ୍ତି ଓ ଅନ୍ୟ ମହିଳା ସହ ଗୁପଚୁପ୍ ହେଉଛନ୍ତି । ପଚାରିବାରୁ ସେ ରୋକଠୋକ୍ ମନା କରିଦେଇଥିଲେ । ଏହାପରେ ପତ୍ନୀଙ୍କୁ ବୁଝାପଡ଼ିଲା କି, ନିଜ ସ୍ୱାମୀଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବା ପରେ ହିଁ ସେ ନିଜର ଏହି ଅଭ୍ୟାସ ସୁଧାରିପାରିବେ ।
ଏହାପରେ ପତ୍ନୀ ଫେସବୁକ ଓ ଇନଷ୍ଟାଗ୍ରାମରେ ପାୟଲ ନାମରେ ଏକ ନକଲି ଆକାଉଣ୍ଟ ଖୋଲିଲେ ଓ ସ୍ୱାମୀଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଲେ । ସେପଟେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖୁଥିବା ସ୍ୱାମୀ ଏହାକୁ ସ୍ୱୀକାର କଲେ ଓ ପତ୍ନୀଙ୍କୁ ଠୋସ୍ ପ୍ରମାଣ ମିଳିଗଲା ।
ପରେ ପତ୍ନୀ ଫେସବୁକ ସାହାରାରେ ନିଜ ସ୍ୱାମୀଙ୍କୁ ହୋଟେଲ ଡାକିଲେ । ସ୍ୱାମୀ ହୋଟେଲରେ ପହଞ୍ଚିବା ମାତ୍ରେ ସାମ୍ନାରେ ପତ୍ନୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପତ୍ନୀ ସେଠାରେ ପ୍ରବଳ ଝଗଡ଼ା କରିଥିଲେ ଓ ମହିଳା ଥାନାକୁ ଯାଇ ଅଭିଯୋଗ ମଧ୍ୟ କରିଥିଲେ । ଶେଷରେ ସ୍ୱାମୀ ନିଜ ଭୁଲ୍ ବୁଝିପାରିଲେ ଓ ଏପରି ଭୁଲ୍ ଆଉ କେବେ ନକରିବାକୁ ରାଣ ମଧ୍ୟ ଖାଇଲେ ।