ପ୍ରଧାନମନ୍ତ୍ରୀଙ୍କ ‘ମନ୍‍ କି ବାତ୍‍’ର ଆଗାମୀ ସଂସ୍କରଣ ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ଲୋକଙ୍କଠାରୁ ଲୋଡ଼ାଯାଇଛି ମତାମତ

ନୂଆଦିଲ୍ଲୀ: ମନ୍‍ କୀ ବାତ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩୦ ତାରିଖ ରବିବାର ଦିନ ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବେ । ଏହା ହେବ ‘ମନ୍‍ କି ବାତ୍‍’ର ୧୨୦ ତମ ସଂସ୍କରଣ । ଏଥିପାଇଁ ସମସ୍ତଙ୍କଠାରୁ ମତାମତ ଲୋଡ଼ା ଯାଇଛି । ଜନସାଧାରଣ ନମୋ ଆପ୍‍ ଓ ଗଚ୍ଚ ଏକ୍ଟଙ୍ଖ ପୋର୍ଟାଲ୍‍ରେ ସେମାନଙ୍କର ମତାମତ ଦେଇ ପାରିବେ । ଏହା ବ୍ୟତୀତ ସେମାନେ ୧୮୦୦-୧୧-୭୮୦୦ ଡାଏଲ୍‍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ । ସେମାନେ ମଧ୍ୟ ୧୯୨୨ କୁ ମିସ୍‍ଡ କଲ୍‍ ଦେଇ ଝଗଝ ଅନୁସାରେ ନିଜର ମତାମତ ଆସନ୍ତା ୨୫ ତାରିଖ ମଧ୍ୟରେ ଦେଇପାରିବେ ।

ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍‍ୱର୍କ, ଆକାଶବାଣୀ ସମ୍ବାଦ ୱେବ୍‍ସାଇଟ୍‍ ଓ ନ୍ୟୁଜ୍‍ ଅନ୍‍ ଏ.ଆଇ.ଆର୍‍. ମୋବାଇଲ୍‍ ଆପ୍‍ରେ ଉପଲବ୍ଧ ହେବ । ଏହା ଆକାଶବାଣୀ ସମ୍ବାଦ, ଡି.ଡି. ନ୍ୟୁଜ୍‍, ପି.ଏମ୍‍.ଓ. ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍‍ ଚ୍ୟାନେଲ୍‍ରେ ଲାଇଭ୍‍ ଷ୍ଟ୍ରିମିଙ୍ଗ୍‍ ହେବ । ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ ।