କିସ୍‌ମିସ୍ ପରି ଦିଶୁଥିବା ମୁନକ୍କାକୁ ଖାଲିପେଟରେ ଖାଆନ୍ତୁ, ଦୂର ହେବ ରକ୍ତହୀନତା ସହ ଅନେକ ସମସ୍ୟା

ସକାଳୁ ଖାଲିପେଟରେ ଖାଆନ୍ତୁ ମୁନକ୍କା, ଶରୀରକୁ ମିଳିବ ଅନେକ ଫାଇଦା

ଓଡ଼ିଶା ଭାସ୍କର: କିସମିସ ପରି ଦେଖାଯାଉଥିବା ମୁନକ୍କାରେ ଭରିରହିଛି ଅନେକ ତତ୍ତ୍ୱ । ଯଦି ଏହାକୁ ଆପଣ ସକାଳୁ ଖାଲିପେଟରେ ପାଣିରେ ଭିଜାଇ ଖାଇବେ ତେବେ ଏଥିରେ ଆପଣଙ୍କର ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଦୂର ହେବ ।

ମୁନକ୍କାର ନ୍ୟୁଟ୍ରିସନ କଥା ଆଲୋଚନା କରିବାକୁ ଗଲେ, ଏହା ପ୍ରୋଟିନ, ଆଇରନ, ଫୋଲେଟ, ଫାଇବର, ଭିଟାମିନ ସି, ମ୍ୟାଗ୍ନିସିୟମ, ପୋଟାସିୟମ ଭଳି ଅନେକ ପୋଷକ ତତ୍ତ୍ୱରେ ଭରପୁର ମାତ୍ରା ରହିଥାଏ । ଆସନ୍ତୁ ଜାଣିବା ଫାଇଦା..

ହଜମ: ସକାଳୁ ଖାଲି ପେଟରେ ପାଣିରେ ଭିଜାଯାଇଥିବା ମୁନକ୍କାର ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ବା ହଜମ ହେବାର ଗୁଣକୁ ଏହା ଠିକ୍ ରଖିଥାଏ । ଏଥିରେ ଆପଣଙ୍କର ଗ୍ୟାସ, ଏସିଡିଟୀ ଭଳି ସମସ୍ୟା ଦୂର ହୋଇଥାଏ ।

ରକ୍ତହୀନତା ସମସ୍ୟାକୁ ଦୂର କରେ: ମୁନକ୍କା ଆଇରନ ସହ କମ୍ପେ୍ଲକ୍ସ ଭିଟାମିନର ସୋର୍ସ ଅଟେ । ଏଥିପାଇଁ ଏହାକୁ ସକାଳୁ ଖାଲିପେଟରେ ଖାଆନ୍ତୁ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ ।

ଦୁର୍ବଳ ହେବାକୁ ଦିଏନି: ମୁନକ୍କା ପ୍ରୋଟିନ ଏବଂ କ୍ୟାଲିସିୟମରେ ପରିପୂର୍ଣ୍ଣ । ଏହା ମିନେରାଲ୍‌ସରେ ବି ମିଳିଥାଏ । ଏହା ହାଡ଼ ଏବଂ ମାଂସପେଶୀକୁ ଶକ୍ତି ପ୍ରଦାନ କରିବା ସହ ଦୁର୍ବଳତାକୁ ଦୂର କରିଥାଏ ।

ବଡି ଡିଟକ୍ସ: ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଯାହାଦ୍ୱାରା ଲିଭର, କିଡନୀ, ପାଚନ, ଆଦି ଅଙ୍ଗକୁ ମଧ୍ୟ ଫାଇଦା ମିଳିଥାଏ । ଏହାକୁ ଖାଲିପେଟରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।