ଭୁବନେଶ୍ୱର: ମହାନଦୀ ଅବବାହିକାରେ ନିର୍ମାଣ ହେବ ୭ଟି ବ୍ୟାରେଜ । ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ବଡ଼ ସୂଚନା । ଉପର ମୁଣ୍ଡରୁ ଅଧିକ ପାଣି ଆସିବ ବୋଲି ସେ କହିଛନ୍ତି ।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଆହୁରି କହିଛନ୍ତି ଯେ, ଏନେଇ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ହୋଇଛି ।
ପାଣି ପ୍ରକଳ୍ପ ବିଳମ୍ବ କଲେ ଏଫଆଇଆର: ପାଣି ପ୍ରକଳ୍ପ କାମ ବିଳମ୍ବ ହେଲେ ଏଣିକି ଏଫଆଇଆର ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଚେତାବନୀ ଦେଇଛନ୍ତି । ସମ୍ପୃକ୍ତ ଠିକା ସଂସ୍ଥା ନାଁରେ ଏଫଆଇଆର ଦିଆଯିବ ।
ମେଗା ପାନୀୟ ଜଳ ପ୍ରକଳ୍ଡ କାମ ବିଳମ୍ବ ନେଇ ଉଦବେଗ ପ୍ରକାଶ ପାଇଛି । ସେ ଆହୁରି କହିଛନ୍ତି ଯେ, ୭ଦିନ ଭିତରେ କାମ ନକଲେ ବ୍ଲାକ ଲିଷ୍ଟ କରିବୁ ।
ମାର୍ଚ୍ଚ ସୁଦ୍ଧା ୭୨ ହେବାର ଥିଲା, ହେଲେ ଏପର୍ଯ୍ୟନ୍ତ ୫୨ଟି ସରିଛି । ୨୦୨୫ ସୁଦ୍ଧା ଆଉ ୪୦ଟି କରିବୁ ବୋଲି ରବି ନାଏକ ବିଧାନସଭାରେ କହିଛନ୍ତି ।