ଏମିତି ଅଟା ଚକଟୁଥିଲେ ସାବଧାନ! ହେବ ଭୟଙ୍କର ରୋଗ, ଜାଣନ୍ତୁ

ଅଟା ଦଳିବା ସମୟରେ କରନ୍ତୁନି ଏହି ଭୁଲ, ହେବ ଭୟଙ୍କର ରୋଗ

ଓଡ଼ିଶା ଭାସ୍କର: ଅଟା ଚକୁଟିବା ପରେ କେଉଁମାନେ ସଙ୍ଗେ ସଙ୍ଗେ ରୁଟି କରନ୍ତି ତ କେହି କିଛି ଘଣ୍ଟା ପରେ ତ କେହି ତା’ ପରଦିନ ମଧ୍ୟ ରୁଟି କରିଥାନ୍ତି। ହେଲେ ଆପଣମାନେ ଜାଣିଛନ୍ତି କି, ଅଟା ଚକୁଟିବା ପରେ ବେଶୀ ସମୟ ଯାଏ ରଖିବା ଉଚିତ୍ ନୁହେଁ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ।

ଯଦି ଅଟାକୁ ବେଶୀ ସମୟ ରଖା ଯାଏ ଦଳି ରଖାଯାଏ, ତେବେ ଏଥିରେ ବ୍ୟାକ୍ଟେରିଆ ବଢ଼ିପାରେ । ପରେ ଏଥିରେ ରୁଟି ପ୍ରସ୍ତୁତ କରି ଖାଇଲେ ଶରୀରରେ ଅନେକ ଗମ୍ଭୀର ରୋଗ ଦେଖାଯିବାର ଆଶଙ୍କା ରହିଛି ।

ହେବ ଭୟଙ୍କର ରୋଗ: ଯେତେବେଳେ ଚକଟା ଅଟାକୁ ଅଧିକ ସମୟ ରଖାଯାଏ, ସେତେବେଳେ ଏଥିରେ ପ୍ରାକୃତିକ କିଣ୍ବନ ପ୍ରକ୍ରିୟା ଆରମ୍ଭ ହୁଏ । ଗରମ ଏବଂ ଆର୍ଦ୍ରତା ଯୋଗୁଁ, ଅଟାରେ ବ୍ୟାକ୍ଟେରିଆ ଏବଂ କବକ ବଢ଼ିପାରନ୍ତି, ଯାହା ଅଟାର ଗୁଣବତ୍ତା ନଷ୍ଟ କରିଦିଏ ।

ଏଥିରୁ ତିଆରି ରୁଟି ଖାଇବା ଦ୍ୱାରା ପେଟ ସମସ୍ୟା ସହ ବଦହଜମି, ଗ୍ୟାସ କିମ୍ବା ଏସିଡିଟି ଭଳି ସମସ୍ୟା ହୋଇପାରେ।

ଚକଟା ଅଟାକୁ ଫ୍ରିଜରେ ରଖୁଥିଲେ ସାବଧାନ: ବିଶେଷକରି ଗ୍ରୀଷ୍ମ ଋତୁରେ, ଏହା ଶୀଘ୍ର ନଷ୍ଟ ହୋଇପାରେ। ଯଦି ଅଟାକୁ ୬-୭ ଘଣ୍ଟାରୁ ଅଧିକ ସମୟ ପାଇଁ ରଖାଯାଏ, ତେବେ ଶୀଘ୍ର ନଷ୍ଟ ହେବା ସହ ଏହା ଖଟା ମଧ୍ୟ ହୋଇପାରେ ।

ଏଥିରୁ ପ୍ରସ୍ତୁତ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ସମୟ ବଞ୍ଚାଇବା ପାଇଁ, କିଛି ଲୋକ ରାତିରେ ଅଟା ଚକଟି ଫ୍ରିଜରେ ରଖନ୍ତି ଏବଂ ସକାଳେ ଏଥିରୁ ରୁଟି ତିଆରି କରନ୍ତି। ଏହାକୁ ଖାଇବା ଦ୍ୱାରା ପେଟରେ ଜଳାପୋଡ଼ା, ଗ୍ୟାସ ଏବଂ ଏସିଡିଟି ସମସ୍ୟା ସ୍ରୁଷ୍ଟି ହୋଇପାରେ।