IPLରେ କୌଣସି ବୋଲର କରି ନ ଥିଲେ ଏମିତି ଲଜ୍ଜା ଜନକ ରେକର୍ଡ, ୪ ଓଭରରେ SRH କୁଟିଦେଲା ଏତିକି ରନ୍‌

ଜୋଫ୍ରା ଆର୍ଚର କଲେ ସବୁଠୁ ଖରାପ ବୋଲିଂର ରେକର୍ଡ, ୪ ଓଭରରେ SRH ମାରିଦେଲେ ଏତିକି ରନ୍‌

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ଦ୍ୱିତୀୟ ମୁକାବିଲା ଇନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି ।

୨୩ ମାର୍ଚ୍ଚରେ ଏହି ମ୍ୟାଚରେ ହାଇଦ୍ରାବାଦ ଟିମ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୮୬ ରନର ପାହାଡ଼ ପରି ସ୍କୋର କରିଦେଇଛି । ଇଶାନ କିଶାନ ୪୭ ବଲରେ ୧୦୬ ରନର ଧମାକେଦାର ଇଂନିସ ଖେଳିଛନ୍ତି ।

ଏହି ସମୟରେ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଖରାପ ପ୍ରଦର୍ଶନ କରି ଆଇପିଏଲରେ ସବୁଠୁ ଖରାପ ବୋଲିଂ କରିବାର ରେକର୍ଡ କରିଛନ୍ତି ।

ସେ ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ସବୁଠୁ ମହଙ୍ଗା ସ୍ପେଲ ପକାଇଥିବା ବୋଲର ହୋଇଯାଇଛନ୍ତି । ଏହା ପୂର୍ବରୁ ଏହି ଲଜ୍ଜାଜନକ ରେକର୍ଡ ମୋହିତ ଶର୍ମାଙ୍କ ନାମରେ ଥିଲା ।

ଲଜ୍ଜାଜନକ ବୋଲିଂ: ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଏହା ପରେ ଟ୍ରଭିସ ହେଡ, ଅଭିଷେକ ଶର୍ମା ଏବଂ ଇଶାନ କିଶାନ ମିଶି ପ୍ରଥମେ ୪ ଓଭରରେ ମାତ୍ର ୫୫ ରନ ମାରିଥିଲେ ।

ତାଙ୍କୁ ରୋକିବା ଲାଗି ରାଜସ୍ଥାନର କ୍ୟାପ୍ଟେନ ରିୟାନ ପରାଗ ଜୋଫ୍ରା ଆର୍ଚରଙ୍କୁ ବଲ ଦେଇଥିଲେ । କିନ୍ତୁ ତାଙ୍କର ଏହି ଅବସ୍ଥା ହୋଇଥିଲା । ପ୍ରଥମ ଓଭରରେ ସେ ୪ ଛକା ଏବଂ ୧ ଛକା ମାରିଥିଲେ। ସେ ଏକ ୱାଇଡ ମଧ୍ୟ ପକାଇଥିଲେ ।

ଏହି ଭଳି ଆର୍ଚର ପ୍ରଥମ ଓଭରରେ ୨୩ ରନ ତାଙ୍କୁ ଦେଇଦେଇଥିଲେ ।ଏହାପରେ ମଧ୍ୟ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନମାନେ ତାଙ୍କୁ ଖାତିର କରିନଥିଲେ ।

ଆର୍ଚର ଦ୍ୱିତୀୟ ଓଭରରେ ୧୨ରନ, ତୃତୀୟ ଓଭରରେ ୨୨ ଏବଂ ଚତୁର୍ଥ ଓଭରରେ ୧୯ ରନ SRHକୁ ଦେଇଛନ୍ତି । ଏହିଭଳି SRH ଆର୍ଚରଙ୍କୁ ୪ ଓଭରରେ ୭୬ ରନ ମାରିଛି ।

ବର୍ତ୍ତମାନ ସେ ଆଇପିଏଲର ଗୋଟିଏ ମ୍ୟାଚରେ ସବୁଠୁ ଅଧିକ ରନ ଦେଇଥିବା ବୋଲର ହୋଇଯାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ସେ ଗୋଟିଏ ବି ୱିକେଟ ନେଇନାହାନ୍ତି ।