ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଘଟିଯାଇଛି ବଡ଼ ଧରଣ ଦୁର୍ଘଟଣା । ଦୋକାନ ଉପରକୁ ଟ୍ରକ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି ।
କୋଇଡ଼ା ଜାମୁଡିହି ଟୋଲ ଗେଟ୍ ନିକଟରେ ଘଟିଯାଇଛି ଏହି ଦୁର୍ଘଟଣା । ଟ୍ରକଟି ଦ୍ରୁତ ବେଗରେ ଥିବା କାରଣରୁ ନିୟନ୍ତ୍ରଣ ହରାଇ ଦୋକାନ ଭିତରେ ପଶିଯାଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି ।
ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହୀନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ପୋଲିସ ପକ୍ଷରୁ ପ୍ରାର୍ଥମିକ ତଦନ୍ତ ଆରମ୍ଭ କରାଯାଇଛି ।