SRH vs RR IPL Match Result: ରୟାଲସ୍ କୁ ହରାଇଲା ରାଇଜର୍ସ, ଶତକ ମାରି ଇତିହାସ ରଚିଲେ ଇଶାନ

ରାଜସ୍ଥାନ ରୟାଲ୍ସକୁ ହରାଇଲା SRH, ଇତିହାସ ରଚିଲେ ଇଶାନ

ନୂଆଦିଲ୍ଲୀ: IPL 2025ରେ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଝଡ଼ ଦେଖିବାକୁ ମିଳିଛି । SRH ଦଳ ଆଇପିଏଲର ୧୮ ତମ ସିଜନର ପ୍ରଥମ ମ୍ୟାଚକୁ ୪୪ ରନରେ ଜିତି ନେଇଛି। ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସରକୁ ହରାଇଛି ସନରାଇଜର୍ସ ।

ଆଜିର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବୋଚ୍ଚ ସ୍କୋର କରିଛି। ଇଶାନ କିଶନଙ୍କ ବିସ୍ଫୋରକ ଶତକ ବଳରେ ଏସଆରଏଚ ୬ ୱିକେଟ୍ ହରାଇ ୨୮୬ ରନ କରିଥିଲା।

ଏହାର ଜବାବରେ ୨୮୭ ରନର ପିଛା କରି ରାଜସ୍ଥାନ ୨୦ ଓଭରରେ ୬ ୱିକେଟ ହରାଇ ୨୪୨ ରନ କରି ପରାଜୟର ଶିକାର ହୋଇଛି। ରାଜସ୍ଥାନ ପକ୍ଷରୁ ଅଧିନାୟକ ସଞ୍ଜୁ ସାମସନ ରନ,ଧ୍ରୁବ ଜୁରେଲ ଯଥାକ୍ରମେ ୬୬ ଓ ୭୦ ରନର ପାରି ଖେଳିଥିଲେ । ଷ୍ଟାର ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ମାତ୍ର ୧ ରନରେ ପ୍ଯାଭିଲିୟନ ଫେରିଥିଲେ ।

ଏଥିସହ ସିମରନ ହୈଟମେୟର ୪୨ ଓ ଶୁଭମ ଦୁବେ ୩୪ ରନର ଧୂଆଁଧାର ପାରି ଖେଳିଥିଲେ। ଆରଏଚ ପକ୍ଷରୁ ଷ୍ଟାର ବୋଲର ମହମ୍ମଦ ଶାମି, ହର୍ଷଲ ପଟେଲ ଓ ସିମରନଜିତ ସିଂଙ୍କୁ ଯଥାକ୍ରମେ ଗୋଟିଏ ଓ ୨ ଟି ଲେଖାଏଁ ୱିକେଟ ମିଳିଥିଲା । ସ୍ପିନର ଆଡମ ଜାମ୍ପା ମଧ୍ଯ ଗୋଟିଏ ୱିକେଟ ହାସଲ କରିଥିଲେ।