Big Breaking: ବିଧାନସଭା ପାଲଟିଲା ରଣକ୍ଷେତ୍ର, ଆହତ ହେଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ସୁରକ୍ଷାକର୍ମୀ ଓ କଂଗ୍ରେସ ନେତା ମୁହାଁମୁହିଁ ହୋଇଛନ୍ତି । ଦୁହିଁଙ୍କ ଭିତରେ ଜୋର ସଂଘର୍ଷ ଦେଖାଦେଇଥିବାବେଳେ କଂଗ୍ରେସ ବିଧାୟକ ଆହତ ହୋଇଥିବା ସୂଚନା ।

ନିଲମ୍ବିତ ବିଧାୟକଙ୍କୁ ବିଧାନସଭାରୁ ବାହାର କରିବା ପାଇଁ ବାଚସ୍ପତି ମାର୍ଶଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସତ୍ୱେ କଂଗ୍ରେସ ବିଧାୟକମାନେ ଗୃହ ଛାଡ଼ିବାକୁ ନାରାଜ ଥିଲେ ।

ଯେଉଁକାରଣରୁ ଗୃହରୁ କଂଗ୍ରେସ ବିଧାୟକଙ୍କୁ ବାହାରକୁ ଯିବାକୁ କହିବାବେଳେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଲାଗିଥିଲା । ସୁରକ୍ଷାକର୍ମୀମାନେ ବିଧାୟକଙ୍କ ମୋବାଇଲ ଛଡ଼ାଇ ନେଇଥିବା କୁହାଯାଉଛି ।

ଲବି ଗେଟ୍ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ସୂଚନା । ଗୃହରେ ବିଶୃଙ୍ଖଳା ପାଇଁ ବାଚସ୍ପତି ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।