Breaking: ଓଡ଼ିଶା ଇତିହାସରେ ପ୍ରଥମ, ରଣଭୂମି ପାଲଟିଲା ବିଧାନସଭା ସମ୍ମୁଖ

ଏବେବି ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା। ପରିସ୍ଥିତି ସୁଧୁରିବା ବଦଳରେ ଅଣାୟତ୍ତ ହେଉଛି। ତେଣୁ ପୁଣିଥରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି।

 ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ। ବିଧାନସଭା ବାହାରେ ବିରୋଧୀଙ୍କ ହାଇଡ୍ରାମା। ବିଧାନସଭା ଗେଟ୍ ଭାଙ୍ଗିବା ସହ ବ୍ୟାରିକେଟ୍ ମଧ୍ୟ ଭାଙ୍ଗିଦେଲେ ବିରୋଧୀ ବିଜେଡି ଆଉ କଂଗ୍ରେସ। ଗୃହରୁ ୧୪ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ୱନ କରିବା ପରେ ଆଜି ଏପରି ପରିସ୍ଥିତି ଦେଖିବାକୁ ମିଳିଛି।

ଏବେବି ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା। ଯେହେତୁ ସୁରୁଖୁରୁରେ ବିଧାନସଭା ଚାଲିପାରୁନି। ଏବଂ ବିରୋଧୀ ଦଳ ବିଜେଡି ଆଜି କକ୍ଷତ୍ୟାଗ କରିଛି। ପରେ ବିଧାନସଭା ବାହାରେ ପ୍ରତିବାଦ କରିଛି। ପୂର୍ବରୁ କଂଗ୍ରେସ ମଧ୍ୟ ରାସ୍ତା ଉପରେ ଶୋଇ ପ୍ରତିବାଦ କରୁଛନ୍ତି। ତେଣୁ ବାଧ୍ୟ ହୋଇ ବିଧାନସଭାକୁ ପୁଣିଥରେ ମୁଲତବି ରଖିଛନ୍ତି ବାଚସ୍ପତିଷ ଅପରାହ୍ନ ୪ ଟା ଯାଇଁ ଗୃହ ମୃଲତବି ରହିଛି।

ତେବେ ଦେଖିବାକୁ ଗଲେ ରାଜ୍ୟରେ ଏପରି ପରିସ୍ଥିତି ଆଗରୁ କେବେ ଦେଖିବାକୁ ମିଳିନଥିଲା। ବିଧାୟକମାନେ କେବେ ବିଧାନସଭା ବାହାରେ ଏପରି ପ୍ରତିବାଦ କରିନଥିଲେ। କି ଭଙ୍ଗାରୁଜା କରିନଥିଲେ। ଏପରିକି ଅତିରିକ୍ତ ସିପିଙ୍କ କଲର ମଧ୍ୟ ଭିଡିଛନ୍ତି କଂଗ୍ରେସ ବିଧାୟକ।

ହେଲେ ଦିନକୁ ଦିନ ପରିସ୍ଥିତି ଭୟଙ୍କର ହେଉଖିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟୁନି। ବରଂ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି। ପୂର୍ବରୁ ବିଧାନସଭା ଭିତରେ ସୁରୁଖୁରୁରେ ଗୃହ ଚଳାଇ ଦେଉନଥିଲେ ବିରୋଧୀ। ହେଲେ ଏବେ ବିଧାନସଭା ବାହାରେ ହଙ୍ଗାମା କରୁଛନ୍ତି।

ଯେପରି ମନେହେଉଛି ବିଧାନସଭା ରଣକ୍ଷେତ୍ର ପାଲଟିଗଲାଣି। ସେଥିପାଇଁ ତ ଏପରି ପରିସ୍ଥିତି ଦେଖିବାକୁ  ମିଳୁଛି। ବିଜେଡି ଆଉ କଂଗ୍ରେସ ଏକ ହୋଇ ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି। ଯଦି ଏହିପରି ପରିସ୍ଥିତି ଜାରି ରହେ ତାହାଲେ ରାଜ୍ୟର ଭବିଷ୍ୟତ କ’ଣ ହେବ ଭାବିବା ବି ସ୍ୱପ୍ନ। ତେବେ ସେ ଯାହା ହେଉ ଏପରି ପରିସ୍ଥିତି ଦେଖି ବିଧାନସଭାକୁ ୪ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି।ngreaa