ଶୁଆ ସହ କରୁଥିଲେ ରିଲ୍ସ, ବିରି ଖାଇଯିବାରୁ ଦେଇଥିଲେ ଫାଶୀ, ଏବେ ପଡ଼ିଲେ ହରଡ଼ଘଣାରେ…

ଅନୁଗୁଳ,୨୬ା୩: ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲ୍ସ କରିବା । ଅନୁଗୁଳ ଜିଲା  ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ ହୋଇଛନ୍ତି ।  ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା  ଆଠମଲ୍ଲିକ ଡିଏଫ୍ଓ କହିଛନ୍ତି ।

 

ଡିଏଫ୍ଓ କହିଛନ୍ତି, ଉକ୍ତ ଶୁଆଟିର ମୃତ୍ୟୁ ହୋଇଥିବା ବେଳେ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ । ନାକଟି ଦେଉଳ ଅଞ୍ଚଳରେ ଏହି ଭିଡିଓଟି ଶୁଟିଂ କରାଯାଇଥିଲା। ବୁଧବାର ସକାଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅନ୍ୟମାନେ ସାମିଲ ଥିବା ବନବିଭାଗ ଜେରାରୁ ଜଣାପଡିଛି। ଅନ୍ୟ ଜଣେ ଅଭିଯୁକ୍ତ ଶୁଆଟିକୁ ମାରିଥିବା ବାଇଗା ପ୍ରକାଶ କରିଛନ୍ତି ।  ସେ କେବଳ ରିଲ୍ସ କରିଛନ୍ତି । ଶୁଆକୁ ସେ ହତ୍ୟା କରିନାହାନ୍ତି ବୋଲି ବାଇଗା ପୋଲିସ ଆଗରେ ପ୍ରକାଶ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବା ପୋଲିସ କହିଛି ।