(Video) ୧୦ ଦିନର ବାହାଘରରେ ସ୍ତ୍ରୀକୁ ଗର୍ଭବତୀ କରି ଚମ୍ପଟ ମାରିଛି ସ୍ୱାମୀ, ଥାନା-ଥାନା ବୁଲି ଗେରସ୍ତକୁ ଖୋଜୁଛି ସ୍ତ୍ରୀ…
ଯୁବକ ପାଇଁ ପ୍ରେମ ନୁହେଁ ଶାରୀରିକ ସମ୍ପର୍କ ଥିଲା ଜରୁରୀ । ମୋମୋ ଲାଞ୍ଚ ଦେଇ ପ୍ରେମ କରିବା ପଡିଲା ଭାରି ।
ଢେଙ୍କାନାଳ: ପ୍ରେମ ନାଁରେ ପ୍ରତାରଣା ବଢ଼ି ଚାଲିଛି। କିଏ ପ୍ରେମିକକୁ ହତ୍ୟା କରୁଛି ତ ଆଉ କେଉଁଠି ପ୍ରେମିକାକୁ ଅଧାବାଟରେ ଛାଡି ଚାଲିଯାଉଛି। ଏ ଭଳି ଘଟଣା ପରେ ବି ଆଜିର ଯୁବ ଗୋଷ୍ଠୀ ପ୍ରେମରେ ପାଗଳ ହୋଇ ବୁଲୁଛନ୍ତି।
ପ୍ରେମ ନାଁରେ ନିଜ ବାପା, ମାଙ୍କୁ ପରା କରିଦେଉଛନ୍ତି। ଏମିତି ଅନେକ ଏକ ଘଟଣା ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଦେଢ଼ ବର୍ଷ ହେଲା ଭଲ ପାଇଲେ, ପରେ ଘରଲୋକଙ୍କଠୁ ଲୁଚିକି ବାହା ହେଲେ।
ବିବାହ ପ୍ରତିଶୃତି ଦେଲା : ବାହାହୋଇ ୧୦ ଦିନଏକାଠି ରହିବ ପରେ, ସ୍ତ୍ରୀ ଫୋନରୁ ଫୋଟ ଡିଲିଟ କରି ସ୍ତ୍ରୀକୁ ଛାଡି ଯୁବକ ଫେରାର ହୋଇଯାଇଛି । ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀଙ୍କୁ ପାଇବା ପାଇଁ ଥାନର ଦ୍ବାରସ୍ଥ ହେଇଛନ୍ତି ଯୁବତୀ । ଏମିତି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଅଞ୍ଚଳରେ।
ଭଣ୍ଡେଇ ଚାଲିଗଲା: ଯୁବତୀଙ୍କ ଠାରୁ ମିଳିଥିବା ଖବର ଅନୁସାରେ ଯୁବତୀଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ହୋଇଥିବା ବେଳେ ଯୁବକଙ୍କ ଘର ହିନ୍ଦୋଳ ଥାନା ଅନ୍ତର୍ଗତ ବନମାଳୀପୁରରେ । ଦୁହେଁ ଦୁଇ ଜଣଙ୍କୁ ଦେଢ଼ ବର୍ଷ ହେଲା ଭଲ ପାଉଥିଲେ। ମୋମୋ ଖୁଆରୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା ବୋଲି ଯୁବତୀ କହିଛନ୍ତି । ୧୦ ଦିନ ହେବ ଯୁବକ ଜଣଙ୍କ ତାଙ୍କୁ ବିବାହ କରି ନୂଆହତା ଅଞ୍ଚଳରେ ରହୁଥିଲେ।
ଖୋଜୁଛି ସ୍ତ୍ରୀ: ଦୁହେଁ ଶାରିରୀକ ସମ୍ପର୍କ ରଖିଥିବା ସହିତ ଯୁବତୀଜଣଙ୍କ ଗର୍ଭବତୀ ଥିବା ମଧ୍ୟ କହିଛନ୍ତି ଜଣାପଡିଛି । ୨୪ ତାରିଖ ଦିନ ଅନୁଗୁଳ ଯିବାକୁ କହି ଆଉ ଘରକୁ ଆସି ନ ଥିଲେ ଯୁବକ । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।