କେନ୍ଦୁଝର: ତେଲକୋଇରେ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏଠାରେ ଏକ ପିକ୍ଅପ୍ ଭ୍ୟାନ ଓଲଟିପଡିଛି। ଏହି ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି। ବାଂଶପାଳ ଆଇଟିଆଇ ଛକରେ ଭାରସାମ୍ୟ ହରାଇ ଓଲଟିଛି।
ଆହତଙ୍କ ମଧ୍ୟରେ ୧୦ଜଣ ଗୁରୁତର ଥିବା ଜଣାପଡିଛି। ସମସ୍ତଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ବିପଦପୂର୍ଣ୍ଣ ଭାବେ ଡାଲା ପିକଅପ୍ରେ ୫୦ ଜଣ ଯାତ୍ରୀ ଯାଉଥିଲେ। ପାଲଲହଡା ରଡ଼ଗାଁରୁ ବାଂଶପାଳ ତଳବଜାର ବନ୍ଧୁ ଘରକୁ ଯାଉଥିଲେ ଏହି ଯାତ୍ରୀ।