fbpx

କଟକ ସହରରୁ ଆଜି ୩୪ ପଜିଟିଭ ଚିହ୍ନଟ

କଟକ, ୨୩ା୭(ଓଡ଼ିଶା ଭାସ୍କର): କଟକ ସହରରୁ ଆଜି ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନ କେନ୍ଦ୍ରରୁ ୫,ହୋମ କ୍ୱାରେଣ୍ଟିନରୁ ୨୧ ଓ ସ୍ଥାନୀୟ ଅଞ୍ଚଳରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୩୬ଜଣ ସୁସ୍ଥ ହୋଇଛନ୍ତି ଓ ୮ଜଣଙ୍କର ମୃତ୍ୟୁ ହୋଇଛି । ଏବେ କଟକ ସହରରେ ୨୪୨ଜଣ ଆକ୍ଟିଭ ରହିଛନ୍ତି ।

Get real time updates directly on you device, subscribe now.