fbpx

ବିଲ୍ଡିଂରେ ନିଆଁ ଲାଗିବାରୁ ୪୦ ଫୁଟ ଉଚ୍ଚରୁ ଡେଇଁଲେ ୨ ଭାଇ, ଦେଖନ୍ତୁ ଭିଡିଓ

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି ପରିପାରେ ବଳବନ୍ତ । ସେହିପରି ଫ୍ରାନ୍ସରେ ଏକ ଆପାର୍ଟମେଣ୍ଟର ୩ୟ ମହଲାରେ ନିଆଁ ଲାଗିବାରୁ ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡିଲେ ୨ ଭାଇ । କିନ୍ତୁ ଡେଇଁବା ପରେ ଦୁହେଁ ଜୀବିତ ଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ବିଲ୍ଡିଂ ତଳେ ଛିଡା ହୋଇଥିବା ଉଦ୍ଧାରକାରୀ ଟିମ୍ ସେ ଦୁହିଁଙ୍କୁ ରକ୍ଷା କରିଥିଲେ । ଏହାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

 

ଡେଲି ମେଲ ଅନୁସାରେ, ଗତ ମଙ୍ଗଳବାର ଦିନ ଗ୍ରେନୋବଲ ସହରରେ ଏହା ଉଦ୍ଧାର କାର୍ଯ୍ୟର ନାଟକୀୟ ଫୁଟେଜ ଭାଇରଲ ହୋଇଛି । ସେଠାରେ ଥିବା ଏକ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସମୟରେ ଦୁଇଭାଇ ଘର ଭିତରେ ଥିଲେ । ବାହାର ପଟୁ ରୁମକୁ ଲକ୍ କରାଯାଇଥିଲା। ଯାହାଫଳରେ ଦୁଇ ଭାଇ ବାହାରକୁ ନଆସିପାରି ଘରର ଝରକା ଦେଇ ୪୦ ଫୁଟ୍ ତଳକୁ ଡେଇଁବାକୁ ବାଧ୍ୟ ହୋଇଥିଲେ। । ପ୍ରଥମେ ୧୦ ବର୍ଷର ବଡ଼ ଭାଇ ତିନି ବର୍ଷର ଛୋଟ ଭାଇକୁ ଝରକା ଦେଇ ତଳକ ପିଙ୍ଗିଥିଲେ । ତା’ପରେ ସେ ନିଜେ ତଳକୁ ଡେଇଁଥିଲେ। ଆପାର୍ଟମେଣ୍ଟର ତଳେ ଛିଡ଼ା ହୋଇଥିବା ଉଦ୍ଧାରକାରୀ ଟିମ୍ ଦୁହିଁଙ୍କ ଜୀବନ ବଞ୍ଚାଇଥିଲେ। ଏହି ସମୟର ଭିଡିଓ ସେହି ଆପାର୍ଟମେଣ୍ଟରେ ରହୁଥିବା ଜଣେ ପଡ଼ୋଶୀ ଏହାର ସୁଟିଂ କରିଥିଲେ। ଆସନ୍ତୁ ଦେଖିବା ଏହି ଭିଡିଓ..

Get real time updates directly on you device, subscribe now.