ବ୍ରେକିଂ: ୨ ବାଇକ୍ ମୁହାଁମୁହିଁରେ ଚାଲିଗଲା ଜଣଙ୍କ ଜୀବନ, ପଳାଶୁଣିରେ ସିରିଜ୍‌ Accident

ବାଇକ୍ ମୁହାଁମୁହିଁ: ୧ ମୃତ, ୩ ଗୁରୁତର

ଭଦ୍ରକ: ସକାଳୁ ସକାଳୁ ବଡ଼ ଦୁର୍ଘଟଣା ଭଦ୍ରକରେ ଘଟିଛି। ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଧାମନଗର ବୃଦ୍ଧଶ୍ରମ ନିକଟରେ ଘଟିଥିବା ଜଣାପଡ଼ିଛି।

ପଳାଶୁଣି ଛକରେ ସିରିଜ୍ ଦୁର୍ଘଟଣା: ପଳାଶୁଣୀରେ ପଛକୁ ପଛ ପିଟିହୋଇଛି ୩ଟି ଟ୍ରକ୍‌। ଗୋଟିଏ ଟ୍ରକ୍ ଡିଭାଇଡରକୁ ପିଟିବା ପରେ ଆଉ ୩ଟି ଟ୍ରକ ପଛକୁ ପଛ ପିଟି ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଟ୍ରକ୍ ଡ୍ରାଇଭର ଗୁରୁତର ଅଛନ୍ତି। ପୋଲିସ ଏହି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।