Breaking: ମୁଖ୍ୟମନ୍ତ୍ରୀଙ୍କ ସୂଚନା, ପୂରଣ ହେବ ଖାଲି ଥିବା ୧୨ ହଜାର ସରକାରୀ ପଦବୀ

ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା। ରାଜ୍ୟରେ ଆଇନଶୃଙ୍ଖଳା ସହ ଜଡ଼ିତ ୧୨ ହଜାର ଖାଲି ପଦବୀ ପୂରଣ ହେବ।

ଭୁବନେଶ୍ୱର: ପୂରଣ ହେବ ଖାଲି ପଦବୀ। ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ହଁ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ଦିଲ୍ଲୀରେ ଅମିତ୍ ଶାହଙ୍କୁ ଭେଟିବା ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି- ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି। ଆଇନଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେବା ଉପରେ ଫୋକସ୍ ହୋଇଛି। ତ୍ୱରିତ ନ୍ୟାୟ ପ୍ରଦାନ କରିବା ଉପରେ ଆଲୋଚନା ହୋଇଛି। ସାଇବର କ୍ରାଇମ ନିୟନ୍ତ୍ରଣ ପାଇଁ ଗୁରୁତ୍ୱାରୋପ ଦିଆଯାଇଛି।

ଏହାସହ ଆଇନଶୃଙ୍ଖଳା ସହ ଜଡ଼ିତ ଖାଲି ପଦବୀ ସବୁ ପୂରଣ ହେବାନେଇ ଆଲୋଚନା ହୋଇଛି। ଖୁବଶୀଘ୍ର ଖାଲିଥିବା ୧୨ ହଜାର ପଦବୀ ପୂରଣ ହେବ। ଟ୍ରାଫିକ ସମସ୍ୟା, ସାଇବର ଅପରାଧ କମ୍ ପାଇଁ ମଧ୍ୟ ଆଲୋଚନା ହୋଇଛି। ନକ୍ସଲ ସମସ୍ୟା କମିଛି, କେବଳ ୧୦ଟି ଜିଲ୍ଲାରେ ଅଳ୍ପ ରହିଛି ବୋଲି କହିଛନ୍ତି ମୋହନ।