ମା’ ସାଜିଲା ସଉଁତୁଣୀ, ଝିଅ ବାହାଘରର ୧୦ ଦିନ ପୂର୍ବରୁ ଭାବି-ଜ୍ୱାଇଁ ସହ ଫେରାର୍ ମାରିଲା ଶାଶୂ
ମୁଣ୍ଡଧରି ବସିଛି ଝିଅ । ଟଙ୍କା, ଗହଣା ନେଇ ଭାବି-ଜ୍ୱାଇଁ ସହ ରୋମାନ୍ସ କରୁଛି ମା ।
ଅଲ୍ଲିଗଡ଼: ଉତ୍ତର ପ୍ରଦେଶ ଅଲ୍ଲିଗଡ଼ର ଶିବାନୀଙ୍କ ବାହାଘରକୁ ଥିଲା ମାତ୍ର ୧୦ ଦିନ । କିନ୍ତୁ ତାଙ୍କ ସହ ଘଟିଯାଇଛି ଏତେବଡ଼ ଘଟଣା ଯାହାକୁ ସେ କାହାରିକୁ କହିପାରିବେନାହିଁ ।
ଶିବାନୀ ବାହାହେବାକୁ ଥିବା ପୁଅ ତାଙ୍କ ଭାବି ଶାଶୂଙ୍କୁ ନେଇ ଫେରାର୍ ହୋଇଯାଇଛି । ୫ ଲକ୍ଷ ଟଙ୍କାର ସୁନା ଓ କ୍ୟାସ୍ ନେଇ ଶିବାନୀଙ୍କ ମା’ ଅନୀତା ଭାବି ଜ୍ୱାଇଁଙ୍କ ସହ ଘର ଛାଡ଼ି ପଳାଇଛନ୍ତି ।
ଏପ୍ରିଲ ୧୬ ତାରିଖରେ ରାହୁଲ ଓ ଶିବାନୀଙ୍କ ବାହାଘର ହେବାର ଥିଲା । ଏ ନେଇ କାର୍ଡ ଛପା ହେବା ସହ ବନ୍ଧୁ, କୁଣିଆଙ୍କୁ ନିମନ୍ତ୍ରଣ ମଧ୍ୟ କରାସରିଥିଲା । କିନ୍ତୁ ଶାଶୂ ଅନୀତା ଭାବି ଜ୍ୱାଇଁଙ୍କ ସହ ସବୁ ସୁନା ଓ ଟଙ୍କା ନେଇ ଫେରାର୍ ହୋଇଛନ୍ତି ।
ଶିବାନୀଙ୍କ ବାପା ଜିତେନ୍ଦ୍ର କୁମାର ବେଙ୍ଗାଲୁରୁରେ ରହି ବ୍ୟବସାୟ କରନ୍ତି । ରାହୁଲଙ୍କ ସହିତ ଅନିତା ଦିନ ରାତି କଥା ହେଉଥିବାବେଳେ ଜିତେନ୍ଦ୍ର ଏ କଥାକୁ ଗୁରୁତ୍ୱ ନ ଦେଇ ବାହାଘରର ଦିନ ଗଣୁଥିଲେ ।
ଅନିତା ଫେରାର ହେବା ନେଇ ସ୍ୱାମୀ ଜିତେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି । ସେ ନେଇଯାଇଥିବା ଟଙ୍କା ଓ ସୁନା ଗହଣା ଫେରାଇବା ପାଇଁ ଜିତେନ୍ଦ୍ର ତାଙ୍କୁ ଅନୁରୋଧ କରିଛନ୍ତି ।
ଅନିତା ଓ ରାହୁଲ ଦୁହିଁଙ୍କ ଫୋନ୍ ସ୍ୱିଚ ଅଫ୍ ରହିଛି । ଅନୀତା ଜିତନ୍ଦ୍ରେଙ୍କ ପାଖକୁ ଫେରିବାକୁ ଚାହୁଁ ନ ଥିବା କହିଥିବାବେଳେ ରାହୁଲ କହିଛନ୍ତି, ଅନିତା ଏବେ ମୋର୍, ତୁମେ ତାଙ୍କୁ ଭୁଲିଯାଅ ।
ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।