Breaking: ପୁଣି ପାଣ୍ଡିଆନଙ୍କ ସୁରକ୍ଷା କବଚ ସାଜିଲେ ନବୀନ

ଯେବେଯେବେ ପାଣ୍ଡିଆନଙ୍କ ଉପରେ ଆଙ୍ଗୁଳି ଉଠିବ, ସେବେସେବେ ପାଣ୍ଡିଆନଙ୍କ ଢ଼ାଲ ହୋଇ ଛିଡ଼ା ହେବେ ନବୀନ! ଯାହା ଆଜି ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇ ପ୍ରମାଣିତ କରିଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଭୁବନେଶ୍ୱର: ପାଣ୍ଡିଆନଙ୍କ ପାଇଁ ପୁଣି ଢ଼ାଲ ସାଜିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯେବେଯେବେ ପାଣ୍ଡିଆନଙ୍କ ଉପରେ ଆକ୍ରୋଶ ବଢ଼ୁଛି ସେବେସେବେ ପାଣ୍ଡିଆନଙ୍କ ସୁରକ୍ଷା କବଚ ହୋଇ ଛିଡ଼ା ହେଉଛନ୍ତି ନବୀନ।

ଆଉ ଏହାର ଉଦାହରଣ ହେଉଛି ନବୀନଙ୍କ ଆଜିର ବୟାନ। ଯେଉଁଠି ଦୀର୍ଘ ଚାରି ପାଞ୍ଚ ଦିନ ହେବ ବିଜେଡି ଫାଳ ଫାଳ ହୋଇଗଲାଣି। ବିଜେଡି କର୍ମକର୍ତ୍ତାମାନେ ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଉଛନ୍ତି। ସେଠି ପୁଣି ଥରେ ଭିକେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସୁପ୍ରିମୋ।

ଆଉ ସିଧାସଳଖ ପାଣ୍ଡିଆନଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି। କେବଳ ଏଇଟା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ନବୀନ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି। ଆଉ ଲୋକଙ୍କ ମୁହଁରେ ଜବାବ ଦେଇଛନ୍ତି।

ଏଇ କିଛି ଦିନ ହେବ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ଆଉ ନବୀନଙ୍କ ମୁହଁ ଖୋଲିବା ଉପରେ ସମସ୍ତଙ୍କ ନଜର ଥିଲା। ହେଲେ ଏବେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ମୁହଁ ଖୋଲି ନବୀନ ସାବ୍ୟସ୍ତ କରିଦେଇଛନ୍ତି କି- ଯେବେଯେବେ ପାଣ୍ଡିଆନଙ୍କ ଉପରକୁ ଆଙ୍ଗୁଳି ଉଠିବ ଢାଲ ହୋଇ ଛିଡା ହେବେ ନବୀନ।

ହଁ ପାଣ୍ଡିଆନଙ୍କ ସପକ୍ଷରେ ମନ୍ତବ୍ୟ ଦେଇ ନବୀନ କହିଛନ୍ତି-  ୧୦ ମାସ ତଳୁ ପାଣ୍ଡିଆନ ଦଳ ଛାଡ଼ି ସାରିଛନ୍ତି। ତେଣୁ ଦଳର କୌଣସି କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ପାଣ୍ଡିଆନ ଦଳ ଓ ରାଜ୍ୟ ପାଇଁ ଅନେକ କାମ କରିଛନ୍ତି।

ବର୍ତ୍ତମାନ ସେ ଦଳୀୟ କାର୍ଯ୍ୟରେ ସଂଶ୍ଳୀଷ୍ଟ ନାହାନ୍ତି। ଯେଉଁମାନେ ଦଳର ନେତା ବାହାରେ ବୈଠକ କରୁଛନ୍ତି। ବାହାରେ ମେଳି କରୁଛନ୍ତି, ସେମାନଙ୍କ ପାଇଁ ଶଙ୍ଖ  ଭବନ ରହିଛି ବଡ଼ ବିଲ୍ଡିଂ ରହିଛି, କୌଣସି ବି ଇସ୍ୟୁ ରହିଛି ସେମାନେ ଶଙ୍ଖ ଭବନରେ ବୈଠକ କରିପାରିବେ।

ଆଉ ପ୍ରଭାତ ତ୍ରିପାଠୀ ବିଜେଡି ପାଇଁ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଗ୍ରହଣୀୟ ନୁହେଁ। କାରଣ ପ୍ରଭାତ ତ୍ରିପାଠୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି ବୋଲି କହିଛନ୍ତି ନବୀନ। କିଛି ବର୍ଷ ପୂର୍ବରୁ ଏକ୍ସଫେଲ୍ ହୋଇଥିଲେ। ଏବଂ ଚିଟଫଣ୍ଡ କେସରେ ଜେଲ ଯାଇଥିଲେ। ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।