‘ଚଳିତ ବର୍ଷ ୧ ଲକ୍ଷ ୬୦ ହଜାର ଜଣଙ୍କୁ ମିଳିବ ଘର’, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା
'ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର', ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଅନ୍ତ୍ୟୋଦୟ ଗୃହ ଯୋଜନା ଓ ପାଣି ପ୍ରସଙ୍ଗକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା । ସେ କହିଛନ୍ତି ଯେ, ୧ ଲକ୍ଷ ହିତାଧିକାରୀଙ୍କ ତାଲିକା କରାଯିବ । ୨ ମାସ ମଧ୍ୟରେ ୱାର୍କ ଅର୍ଡର ଇସ୍ୟୁ କରିବୁ ।
ସେ ଆହୁରି କହିଛନ୍ତି ଯେ, ମାନଦଣ୍ଡ ପୂରଣ କରୁଥିଲେ ଘର ମିଳିବ । ଚଳିତ ବର୍ଷ ଓ ଲକ୍ଷ ୬୦ ହଜାର ଜଣଙ୍କୁ ମିଳିବ ଘର । ଏଥିପାଇଁ ସସସ୍ତଙ୍କ ସହଯୋଗ ଲୋଡ଼ା ବୋଲି ମନ୍ତ୍ରୀ କହିଛନ୍ତି ।
ଏହା ୨୦୨୬ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବ ସରକାର ପାଣି ସମସ୍ୟା ପ୍ରତି ଦୃଷ୍ଟି ଦେଉ ନଥିଲେ । ଆମ ସରକାର ପାଣି ସମସ୍ୟାକୁ ଗୁରୁତର ସହ ନେଇଛନ୍ତି । ୨୧ ହଜାର ୩୦୦ ପାଖାପାଖି ବିଭିନ୍ନ ଜିଲ୍ଲାରେ ଏହା ଲାଗିବ ।