Breaking:ଭୁବନେଶ୍ୱର ଶିଶୁ ଚୋରି ଘଟଣାରେ ବଡ଼ ଷଡଯନ୍ତ୍ର, ଛୁଆର କିଡନୀ ପାଇଁ ସୁପାରୀ ଦେଇଥିଲେ ମହିଳା!
ଭୁବନେଶ୍ବରରୁ ଅପହୃତ ଶିଶୁ ବାଲେଶ୍ବରରୁ ଉଦ୍ଧାର ଘଟଣା । ଅଙ୍ଗ ତସ୍କରୀ ପାଇଁ ଶିଶୁପୁତ୍ର ଚୋରି ସନ୍ଦେହ ।
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଶିଶୁ ଚୋରି ଘଟଣାରେ ନୂଆ ମୋଡ । ଭୁବନେଶ୍ବରରୁ ଅପହୃତ ଶିଶୁ ବାଲେଶ୍ବରରୁ ଉଦ୍ଧାର ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଛି ।
ଅଙ୍ଗ ତସ୍କରୀ ପାଇଁ ଶିଶୁପୁତ୍ର ଚୋରି ସନ୍ଦେହ କରାଯାଉଥିବା ବେଳେ କିଡନୀ ପାଇଁ ପିଲା ଚୋରି କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅର୍ଥାତ୍ ଅପହରଣ ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ ।
ଶିଶୁ ଚୋରି ଘଟଣାରେ ବଡ ଷଡଯନ୍ତ୍ର ହୋଇଥିଲା । ସୁପାରୀ ଦେଇ ଛୁଆ ଚୋରି କରିଥିବା ଜଣାପଡିଛି । ମହିଳାଙ୍କ ପିଲାର କିଡନୀ ଖରାପ ଥିବାରୁ ନିଜ ପିଲାକୁ ବଞ୍ଚାଇବାକୁ ଯାଇ ଶିଶୁ ଚୋରି ପାଇଁ ସୁପାରି ଦେଇଥିଲା ଜଣାପଡିଛି ।
ପ୍ରକାଶଥାଉକି, ରାମ ମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟିବାଧିତ ମା’ଙ୍କ ପାଖରୁ ଜଣେ ଯୁବକ ଛୁଆକୁ ଚୋରି କରି ନେଇଯାଇଥିଲେ । ଏନେଇ ଦୃଷ୍ଟିବାଧିତ ମାଆ ଖାରବେଶ ଥାନାରେ ଅଭିଯୋଗ କରିଥିଲେ । ଅପହରଣକାରୀଙ୍କ ପାଖରେ ପହଞ୍ଚିବା ପାଇଁ ୫ଟି ଟିମ୍ ଗଠନ କରିଥିଲା କମିଶନରେଟ୍ ପୋଲିସ ।
ତେବେ ଆଜି ଛୁଆ ବାଲେଶ୍ବରରୁ ଉଦ୍ଧାର ହୋଇଥିବା ବେଳେ ଚୋରି ସମୟର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଶିଶୁ ପୁତ୍ର ଉଦ୍ଧାର ପରେ ମାଆ ମୁହଁରେ ହସ ଫୁଟିଥିବା ବେଳେ ଏଭଳି ଷଡଯନ୍ତ୍ର ସାମ୍ନାକୁ ଆସିଛି ।