ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସଏଚଜି ମହିଳାଙ୍କ ପାଇଁ ଘୋଷଣା କଲେ ଖୁସି ଖବର ।
ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଋଣ ପ୍ରଦାନ ଅବଧି ଆହୁରି ବର୍ଷେ ବଢ଼େଇଲେ ରାଜ୍ୟ ସରକାର ।
ଏସଏଚଜି ମହିଳାଙ୍କୁ ସୁଧମୁକ୍ତ ଋଣ ପ୍ରଦାନ ଅବଧି ଆଉ ବର୍ଷେ ବଢ଼ିଲା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।
୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ନେବା ପାଇଁ ସୁଧ ଦେବାକୁ ପଡ଼ିବ ନାହିଁ । ୩୧ ମାର୍ଚ୍ଚ ସୁଦ୍ଧା ଶେଷ ଅବଧି ୨୦୨୫-୨୬ ଆର୍ଥିକ ବର୍ଷକୁ ବଢ଼ିଲା ।
ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକରା ବହୁମୁଖୀ ଯୋଜନାମାନ ତିଆରି କରିଛନ୍ତି । ଗତ ମାସରେ ସରକାର ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିଥିଲେ ।
ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଟଙ୍କା ନିଜ ଅର୍ନ୍ତନୀହିତ କଳାକୌଶଳକୁ ଲୋକଙ୍କ ସମ୍ମୁଖକୁ ଆଣିଥିଲେ । ସାଧାରଣ ଲୋକେ ମେଳା ବୁଲିବା ସହ ଗୋଷ୍ଠୀର ମହିଳାମାନେ ଭଲ ରୋଜଗାର ମଧ୍ୟ କରିଥିଲେ ।