Breaking: ମହାବିଦ୍ୟାଳୟରେ ଖୁବଶୀଘ୍ର ୧୩୫୩ ଅଧ୍ୟାପକ ହେବେ ନିଯୁକ୍ତ, ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ମହାବିଦ୍ୟାଳୟରେ ୧୩୫୩ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଖୁବ୍ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି କହିଲେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଅବସରକୁ ଅପେକ୍ଷା କରିବେନି କୁଳପତି । ବର୍ଷ ଆରମ୍ଭରୁ ନିଯୁକ୍ତି ପ୍ରକ୍ରିୟା କରିବେ କୁଳପତି ।

କିଛି ବର୍ଷ ହେବ ମହାବିଦ୍ୟଳୟଗୁଡ଼ରେ ଅଧ୍ୟାପକଙ୍କ ପଦବୀ ଖାଲି ପଡ଼ିଛି । ଯାହାପାଇଁ କଲେଜରେ ପିଲାଙ୍କ ପାଠ ପଢ଼ା ଠିକ୍ ଭାବେ ହେଉ ନ ଥିବାବେଳେ ଫାଇନାଲ ପରୀକ୍ଷା ବେଳକୁ ସିଲାବସ୍ ସରିପାରୁ ନାହିଁ ।

କଲେଜରେ ଅଧ୍ୟାପକଭ୍କ ଅଭାବ କାରଣରୁ ପିଲାଙ୍କ ପଢ଼ା ବାଧାପ୍ରାପ୍ତ ହେବା ସହ ପିଲା ସଂଖ୍ୟା ମଧ୍ୟ କମୁଛି । ହେଲେ ଖୁବ୍ ଶୀଘ୍ର ଖାଲି ପଦବୀ ପୂରା ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।