କ୍ରିକେଟରଙ୍କ ଦୁଃଖରେ ଛିଡ଼ାହେଲେ ପୂର୍ବତନ କ୍ରିକେଟର, କାମ୍ବଲିଙ୍କୁ ସହାୟତାର ହାତ ବଢ଼ାଇଲେ ଗାଭାସ୍କର

ଗାଭାସ୍କର କଲେ ବଡ଼ ଘୋଷଣା । କାମ୍ବଲିଙ୍କୁ ଦେବେ ଏହି ସହାୟତା ।

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ବ୍ୟାଟିଂ ଲିଜେଣ୍ଡ କୁହାଯାଉଥିବା ସୁନୀଲ ଗାଭାସ୍କର ଏବେ ଚର୍ଚ୍ଚାରେ । ପୂର୍ବତନ କ୍ରିକେଟର ଜଣକ ସାହାଯ୍ୟର ହାତ ବଢ଼ାଇଛନ୍ତି ଆଉଜଣେ ପୂର୍ବତନ କ୍ରିକେଟରଙ୍କୁ ।

ଖବର ଅନୁସାରେ ସୁନୀଲ ଗାଭାସ୍କର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ମାସିକ ଖର୍ଚ୍ଚ ବହନ କରିବା ନେଇ ବଡ଼ ଘୋଷଣା କରିଛନ୍ତି । କାମ୍ବଲି ହେଉଛନ୍ତି କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକରଙ୍କ କମ୍ପିଟିଟର ।

ସେ ନିଜ ଜୀବନକାଳ ମଧ୍ୟରେ ୧୦୪ ଓଡିଆଇ ୧୭ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଉଭୟ ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ କାମ୍ବଲି ଗତି କରୁଥିବାବେଳେ ଗାଭାସ୍କର ତାଙ୍କୁୂ ସହାୟତାର ହାତ ବଢ଼ାଇଛନ୍ତି ।

ଗାଭାସ୍କର କାମ୍ବଲିଙ୍କୁ ମାସିକ ୩,୦୦୦ ଟଙ୍କା ସାହାୟତା ହେବା ସହ ବର୍ଷକୁ ମେଡିକାଲ ଖର୍ଚ୍ଚ ବାବଦକୁ ୩୦,୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ନିକଟରେ ଗାଭାସ୍କର ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମର ୫୦ତମ ବାର୍ଷିକୀରେ କାମ୍ବଲିଙ୍କୁ ଘେଟିଥିଲେ । ଦୁହେଁ ଗୁଡ଼େ ସମୟ ଏକାଠି କଥା ମଧ୍ୟ ହୋଇଥିବାର ଦେଖିବାକୁ ମିିଳିଥିଲା ।