ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି । ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବାନା ।
ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ଯାଜପୁର ପାଇଁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।
ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ଆଶଙ୍କା ।
ଟ୍ୱିନସିଟିରେ କାଳ ବୈଶାଖୀ ବର୍ଷା ହୋଇଛି । କିଛି କିଛି ସ୍ଥାନରେ କାଳ କଳା ବାଦଲ ଢାଙ୍କିଥିବାବେଳେ ବିଜୁଳି ଓ ବପନ ମଧ୍ୟ ହୋଇଛି ।
ଅନେକ ସ୍ଥାନରେ ବପନର ବେଗ ଅଧିକ ଥିବାବେଳେ କିଛି ସ୍ଥାନରେ ବର୍ଷାର ପରିମାଣ ଅଭିକ ଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ କେନ୍ଦ୍ରପଡ଼ାରେ କାଳବେଶଶଖୀ ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ରାସ୍ତାଘାଟରେ ଆଣ୍ଟୁଏ ପାଣି ଜମିଥିବାବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି ।