ଜୁନରେ ମୌସୁମୀର ଆଗମନ… ଚଳିତ ବର୍ଷ ଅଧିକ ବର୍ଷା, ଖେଳିବ ଫସଲ ହସିବ ଚାଷୀ

ଏବର୍ଷ ହେବ ଅଧିକ ବର୍ଷା । ଫସଲ ଭଲ ହେବା ନେଇ ପାଣିପାଗ ବିଭାଗର ଆକଳନ ।

ନୂଆଦିଲ୍ଲୀ: ମୌସୁମୀ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିଆଯାଇଛି ସୂଚନା । ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରଭାବରେ ସ୍ୱଭାବିକଠାରୁ ଅଧିକ ବର୍ଷା ନେଇ ଆଇଏମଡି ପୂର୍ବାନୁମାନ କରିଛି ।

ବର୍ଷା ପାଇଁ ଭଲ ଫସଲ ହେବ ବୋଲି କହିଛି ବିଭାଗ । ଆର୍ଥ ସାଇସ୍ନେସ ମନ୍ତ୍ରଣାଳୟର ସଚିବ ଏମ୍. ରବିଚନ୍ଦ୍ରନ କହିଛନ୍ତି ଜୁନ୍ ୧ ତାରିଖରେ ମୌସୁମୀ ଦକ୍ଷିଣ ଭାରତ କେରଳ ଛୁଇଁବ । ଯାହା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ।

ଚଳିତ ବର୍ଷ ଅଧିକ ଦିନ ପର୍ଯ୍ୟନ୍ତ ଦେଶାରେ ମୌସୁମୀ ବର୍ଷା ଲାଗି ରହିବ; ଯାହା ପାଇଁ ୧୦୫% ଅଧିକ ବର୍ଷାହେବା ନେଇ ପୂର୍ବାନୁମାନ କରାଯାଇଛି ।

କୃଷି ପ୍ରଧାନ ଦେଶ ଭାରତରେ ଚାଷୀ ମାନେ ଫସଲ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବାରୁ, ଚଳିତ ବର୍ଷ ଭଲ ଫସଲ ହେବା ନେଇ ଆଶାବାଦୀ ଅଛି ମନ୍ତ୍ରଣାଳୟ ।

ଆଉ ଗୋଟିଏ ମାସ ଖରା ଓ ରୁଦ୍ର ପ୍ରକୋପ ସହିବା ପରେ ଜୁନରୁ ବର୍ଷା ଆରମ୍ଭ ହୋଇଯିବ । ଗତବର୍ଷ ୧୦୮% ମୌସୁମୀ ବର୍ଷା ହୋଇଥିଲା । ଗତ ୪ ବର୍ଷ ଭିତରେ ଗତବର୍ଷ ସବୁଠାରୁ ଭଲ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି ।