ଦୁଗ୍ଧଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା, ମୋଟ ୩୧.୧୦ କୋଟି ଟଙ୍କା ବାଣ୍ଟିଲେ ସରକାର

ଭୁବନେଶ୍ୱର: ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା । ୧ ଲକ୍ଷ ଚାଷୀଙ୍କୁ ମିଳିଲା ପ୍ରୋତ୍ସାହନ ରାଶି ।

ଓମଫେଡ୍ ଦୁଗ୍ଧଚାଷୀଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦିଆଗଲା । ଦୁଗ୍ଧଚାଷୀଙ୍କୁ ୩୧.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ରାଜ୍ୟରେ ପ୍ରାୟ ୧ ଲକ୍ଷ ଯୋଗ୍ୟ ଦଗ୍ଧଚାଷୀ ଉପକୃତ ହୋଇଛନ୍ତି । ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା ।

ଯେଉଁ ଚାଷୀ ଯେତିକି ଦୁଗ୍ଧ ଦେଇଥିବେ ସେହି ଅନୁସାରେ ଟଙ୍କା ପାଇବେ । ସେପ୍ଟେମ୍ବର ୨୦୨୪ ଓ ଫେବୃଆରୀ ୨୦୨୫ ଭିତରେ ଯେତିକି ଦେଇଥିବେ ପାଇବେ ।

କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ସର୍ବାଧିକ ୧୩ କୋଟି ଟଙ୍କା ପ୍ରଦାନ ।