ଦେଖନ୍ତୁ (Video) ବିଚ୍ ରାସ୍ତାରେ ଯୁବତୀଙ୍କୁ ଅଟକାଇ ଖୋଲିଲେ ବୁର୍ଖା, ପୋଲିସ ସାଜିଲା ଦେବଦୂତ
ରାସ୍ତା ମଝିରେ ଯୁବତୀଙ୍କୁ ଇଜ୍ଜତ ସହ ଖେଳ । ପୋଲିସ ଆସି ବାନ୍ଧିଲା ୬ ଜଣଙ୍କୁ ।
ନୂଆଦିଲ୍ଲୀ: ମହିଳାଙ୍କୁ ହଟହଟା କଲେ ମୁସଲମାନ ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛିି ଉତ୍ତର ପ୍ରଦେଶ ମୁଜାଫର ନଗରରେ । ଯୁବତୀଜଣଙ୍କୁ ପୋଲିସ ସେମାନଙ୍କଠାରୁ ରକ୍ଷା କରିଥିବାବେଳେ ଏକ ଅଭିଯୋଗ ମଧ୍ୟ ସେମାନଙ୍କ ନାଁରେ ଦାଖଲ ହୋଇଛି ।
ପୋଲିସ ସୂତ୍ର ଅନୁସାରେ ଯୁବତୀଙ୍କ ମା’ ଫରହାନା ଏବଂ ସଚିନ ଉତ୍ସର୍ଷ ଫାଇନାନ୍ସ କମ୍ପାନୀ ପାଇଁ କାମ କରନ୍ତି । ଦୁହେଁ ଇଏମଆଇ କଲେକ୍ଟ ପାଇଁ ଯାଉଥିବାବେଳେ ଘଟଣାଦିନ ଫରହାନା ସଚିନଙ୍କ ସହ ତାଙ୍କ ଝିଅ ଫରହିନଙ୍କୁ ପଠାଇଥିଲେ ।
ମଙ୍ଗଳବାର ଫରହିନା ଏବଂ ସଚିନ ବାଇକରେ ଯାଉଥିବାବେଳେ ୧୦ ଜଣ ଯୁବକ ତାଙ୍କୁ ଘେରିଯାଇଥିଲେ । ସେମାନଙ୍କୁ ଅଟକାଇବା ସହ ଠେଲାପେଲା କରିଥିଲେ ।
ଫରହିନ ବୁର୍ଖା ପିନ୍ଧିଥିବାବେଳେ ସେମାନେ ତାଙ୍କ ମୁଣ୍ଡରୁ ସ୍କାର୍ଫ ଭିଡ଼ି କାଢ଼ିଥିଲେ । ଜବରଦସ୍ତି ତାଙ୍କୁ ବୁର୍ଖା ଖୋଲିବାକୁ କହୁଥିବାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ସଚିନଙ୍କୁ ମଧ୍ୟ ସମ୍ପୃକ୍ତ ଯୁବକ ମାର୍ ଧର କରୁଥିବାର ଦେଖିବାକୁ ମିଳିଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଯୁବକମାନଙ୍କୁ ଗିରଫ କରିଥିଲା । ଫରହିନ ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ।
A mob of Hindutva extremists removes a Muslim woman’s hijab.
Disrobing a young woman and swarming around her like a pack of hyenas. Disgusting, shameful visuals from Uttar Pradesh’s Muzaffarnagar.#saveindianmuslims pic.twitter.com/hgNHcLTtGh
— Voice Of Bangladeshi Muslims 🇧🇩 (@VOBMUSLIMs) April 15, 2025