ଉଦ୍ଧାର ଶିଶୁ ‘ଶୁଭମ’କୁ ମିଳିବ ସହାୟତା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା
ରାଜଧାନୀରେ ଚୋରି ହୋଇଥିବା ଶିଶୁର ଉଦ୍ଧାର ପରେ, ଉପମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା
ଭୁବନେଶ୍ୱର: ଉଦ୍ଧାର ଶିଶୁ ‘ଶୁଭମ’କୁ ମିଳିବ ସହାୟତା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ୍ସ ଜରିଆରେ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ମିଶନ ବାତ୍ସଲ୍ୟରେ ଶୁଭମ୍କୁ ସହାୟତା ମିଳିବ।
ସେ ଆହୁରି କହିଛନ୍ତି ଯେ, ମହିଳା ଶିଶୁ ବିକାଶ ବିଭାଗ ନେବେ ତ୍ୱରିତ ପଦକ୍ଷେପ। ରାମ ମନ୍ଦିର ସମ୍ମୁଖରୁ ଦେଢ ବର୍ଷର ଶିଶୁ ଅପହରଣ ହୋଇଥିଲା। ପୋଲିସର ଅପରେସନ ପରେ ମାଆ କୋଳକୁ ଫେରିଛି ଶିଶୁ ଶୁଭମ।
ଦୃଷ୍ଟିବାଧିତ ମାଆ କୋଳକୁ ଫେରିଲା ଅପହୃତ ଶିଶୁ ପୁତ୍ର ଏବେ ମିଶନ ବାତ୍ସଲ୍ୟ ରେ ଛୁଆ କୁ ମିଳିବ ସହାୟତା। ମହିଳା ଓ ଶିଶୁ ବିକାଶ ବିଭାଗ ନେବ ତ୍ୱରିତ ପଦକ୍ଷେପ।
— Pravati Parida (@PravatiPOdisha) April 16, 2025