US Shooting: ଫ୍ଲୋରିଡା ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ, 2 ଜଣଙ୍କ ମୃତ୍ୟୁ
ଆମେରିକାରେ ଆଖିବୁଜା ଗୁଳିମାଡ଼ରେ 2 ଜଣଙ୍କ ମୃତ୍ୟୁ ।
ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟି (FSU)ରେ ଗୁଳିକାଣ୍ଡ । ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଅଧିକାରୀମାନେ କହିଛନ୍ତି ଯେ, ଏହି ଘଟଣାରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି।
ପୋଲିସ କହିଛି ଯେ, ମୃତକମାନେ ବିଶ୍ୱବିଦ୍ୟାଳୟର ଛାତ୍ର ନଥିଲେ । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆହତମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଅଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଥିଲା ଯେ ଛାତ୍ର ସଂଘ ନିକଟରେ ଗୁଳିଚାଳନା ହେଉଛି । ତେବେ ଘଟଣା ପରେ ପରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ- ତେବେ ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଗୁଳିକାଣ୍ଡର ସମ୍ପୂର୍ଣ୍ଣ ବିବରଣୀ ପାଇଛନ୍ତି। ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଦୁଃଖର ବିଷୟ, ଏପରି ଘଟଣା ବାରମ୍ବାର ଘଟୁଛି ।
ବିଶ୍ୱବିଦ୍ୟାଳୟରେ ତାଲା ପକାଇ ଦିଆଯାଇଛି- ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟିର ତାଲାହାସି କ୍ୟାମ୍ପସରେ ଛାତ୍ର ସଂଘ ନିକଟରେ ଜଣେ ବନ୍ଧୁକଧାରୀ ଥିବା ଖବର ପାଇବା ପରେ, ସମ୍ପୂର୍ଣ୍ଣ କ୍ୟାମ୍ପସକୁ ତୁରନ୍ତ ତାଲା ପକାଇ ଦିଆଯାଇଥିଲା। ଏହି କ୍ୟାମ୍ପସରେ ୪୨,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ତେବେ ବାରମ୍ବାର ୟୁନିଭରସିଟିରେ ଗୁଳିକାଣ୍ଡ ଚିନ୍ତାର କାରଣ ସାଜିଛି ।