ଭୁବନେଶ୍ୱର: ଆଜି ଦିନ ତମାମା ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବାନ । ଆସନ୍ତା କାଲି କାଲକାନଗିରି, କଳାହାଣ୍ଡିରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ।
ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଛେତିବ । ଅପରାହ୍ନରେ ମଧ୍ୟ ବର୍ଷା ହେବା ନେଇ ସୂଚନା । ବର୍ଷା, ପବନ ସାଙ୍ଗକୁ ଘଡ଼ଘଡ଼ି, ବିଜୁଳି ହେବା ନେଇ ମଧ୍ୟ ପାଣିପାଗ ବିଭାଗ ସତର୍କ କରିଛି ।
ସକାଳେ ପୁରୀ, କଟକ, ଭୁବନେଶ୍ୱର, ଜଗତସିଂହପୁରରେ ବର୍ଷା ହୋଇସାରିଛି ।୪୦ରୁ ୫୦ କି.ମି. ବେଗରେ ପବନ ମଧ୍ୟ ବହିଛି । ଭୁବନେଶ୍ୱରରେ କିଛି ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି ।
ଅପରାହ୍ନରେ ଟ୍ୱିନସିଟିରେ ବର୍ଷା ହେବା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ ।
୨୨ ପରେ ବର୍ଷା କମିବ । ତାପମାତ୍ରାରେ ପୁଣି ପରିଣତ ଦେଖିବାକୁ ମିଳିବ । ତାପମାତ୍ରା ସର୍ବନିମ୍ନସ୍ତରରେ ୪୦ ଡିଗ୍ରୀ ଛୁଇଁବା ନେଇ ଅନୁମାନ କରାଯାଇଛି ।