୩୫ ପ୍ରକାର ଔଷଧ BAN କଲେ ସରକାର, ଶରୀର ପାଇଁ କ୍ଷତିକାରଣ ପ୍ରମାଣିତ ହେବା ପରେ ନିଆଯାଇଛି ନିଷ୍ପତ୍ତି
ବଢ଼ିବ ବିଳଳ୍ପ ଔଷଧର ଦାମ୍ । ଚିନ୍ତାରେ ଗ୍ରାହକ ।
ନୂଆଦିଲ୍ଲୀ: ଭାରତରେ ସରକାର ୩୫ ପ୍ରକାର ଫିକ୍ସଡ୍ –ଡୋଜ୍ କମ୍ବିନେଶନ୍ (ଏଫଡିସି) ମେଡିସିନ ଉପରେ ଲାଗଇଛନ୍ତି ରୋକ୍ । ଏଫଡିସି ଔଷଧ ତିଆରି ଏବଂ ବିକ୍ରି ଉପରେ ସରକାରଙ୍କ ପକ୍ଷରୁ ଲାଗିଛି କଟକଣା ।
ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ଏହି ଔଷଧ ଉପରେ କଟକଣା ପରେ ଏହାର ବିକଳ୍ପ ଔଷଧର ଦାମ୍ ବଢ଼ିବା ନେଇ ଚିନ୍ତା ପ୍ରକଟ କରାଯାଇଛି ।
ଏହି ଔଷଧକୁ ବିନା ଟ୍ରାଏଲରେ ବିକ୍ରି କରାଯିବା କାରଣରୁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ ।
ଏହି ୩୫ ପ୍ରକାର ଔଷଧରେ ପେନକିଲର୍, ଆଣ୍ଟି-ଡିପ୍ରେଶନ୍ ମେଡିସିନ୍, ନ୍ୟୁଟ୍ରିଶନ୍ ସପ୍ଲିମେଣ୍ଟ ଇତ୍ୟାଦି ରହିଛି ।
ଏ ନେଇ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇ ଦିଆଯାଇଛି । ଏ ନେଇ ୨୦୨୪ ଏପ୍ରିଲ ୧୧ରେ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍ (ସିଡିଏସସିଓ) ପକ୍ଷରୁ ନର୍ଦ୍ଦେଶ ଜାରି କରାଯାଇଥିଲା ।
ବିନା ପରୀକ୍ଷଣରେ ଏହି ଔଷଧ ସବୁର ବିକ୍ରୟ ନେଇ ଶରୀର ପାଇଁ ଏହା ହାନିକାରକ ବୋଲି କେନ୍ଦ୍ର କହିଛି । ଯେଉଁ କାରଣରୁ ଏଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।