SBIରେ ଜମା କରନ୍ତୁ ମାତ୍ର ୧ ଲକ୍ଷ ଟଙ୍କା, ପାଆନ୍ତୁ ଏତିକି ଫିକ୍ସ ସୁଧ, ଜାଣନ୍ତୁ ଡିଟେଲ୍ସ

ଏସବିଆଇର ଧମାକାଦାର ନିବେଶ ଯୋଜନା, ମାତ୍ର ୧ ଲକ୍ଷ ଜମା କଲେ ପାଇବେ ଏତିକି ସୁଧ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ-ଏସବିଆଇ ଭିନ୍ନ ଭିନ୍ନ ଅବଧିର ଏଫଡି ସୁଧ ଦରରେ ୦.୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି । ବାରତୀୟ ରିଜର୍ଭ ବ୍ୟାଙ୍କ ଏହି ମାସରେ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରିଥିଲା । ଏହାପରେ ଦେଶର ସମସ୍ତ ବ୍ୟାଙ୍କ ଲୋନର ସୁଧ ଦର ସହ ଡିପୋଜିଟର ସୁଧ ଦରରେ ମଧ୍ୟ ହ୍ରାସ କରିବା ଆରମ୍ଭ କରିଦେଇଥିଲା ।

ଏହି ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ନିଜ ସେଭିଂ ଯୋଜନାଗୁଡ଼ିକରେ ସୁଧକୁ ହ୍ରାସ କରିଥିଲା । ଏହି ହ୍ରାସ ପରେ ମଧ୍ୟ ଏସବିଆଇର ଏଫଡି ସ୍କିମରେ ଶାନଦାର ସୁଧ ମିଳୁଛି । ଆଜି ଆମେ ଆପଣଙ୍କୁ ଏସବିଆଇର ଏକ ସ୍କିମ ବିଷୟରେ କହିବୁ, ଯେଉଁଥିରେ ଆପଣ ମାତ୍ର ୧ ଲକ୍ଷ ଟଙ୍କା ଜମା କରି ୨୪ ହଜାର ୬୦୪ ଟଙ୍କାର ଫିକ୍ସ ସୁଧ ଆପଣ ପାଇପାରିବେ ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ୨ ବର୍ଷଠାରୁ ୩ ବର୍ଷ ପର୍ଯ୍ୟନ୍ତ ଏଫଡି ଯୋଜନାରେ ସାଧାରଣ ନାଗରିକଙ୍କୁ ୬.୯୦ ପ୍ରତିଶତ ସୁଧ ଏବଂ ବରିଷ୍ଠ ନାଗରିକଙ୍କୁ ୭.୪୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ସୁଧ ସରରେ ହ୍ରାସ ପାଇବା ପୂର୍ବରୁ ଏହି ଯୋଜନାରେ ସାଧାରଣ ନାଗରିକଙ୍କୁ ୭.୦୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୭.୫୦ ପ୍ରତିଶତର ସୁଧ ମିଳିବ । ଅର୍ଥାତ ଏହି ସ୍କିମରେ ଦିଆଯାଇଥିବା ସୁଧରେ ଏସବିଆଇ ୦.୧୦ ପ୍ରତିଶତର ହ୍ରାସ କରିଛି ।

ଏସବିଆଇରେ ଯଦି ୩ ବର୍ଷର ଏଫଡିରେ ଆପଣ ୧ ଲକ୍ଷ ଜମା କରୁଛନ୍ତି ତେବେ ମାଚ୍ୟୁରିଟିରେ ଆପଣଙ୍କୁ ୨୪ ହଜାର ୬୦୪ ଟଙ୍କାର ଫିକ୍ସ ସୁଧ ମିଳିବ । ଯଦି ଆପଣ ଏକ ସାଧାରଣ ନାଗରିକ ହୋଇଥିବେ ଅର୍ଥାତ ଆପଣଙ୍କ ବୟସ ୬୦ ବର୍ଷରୁ କମ ହୋଇଥିବ, ତେବେ ଆପଣ ୧ ଲକ୍ଷ ଟଙ୍କା ଜମା କଲେ ସମୁଦାୟ ୧,୨୨,୭୮୧ ଟଙ୍କା ମିଳିବ । ଯେଉଁଥିରେ ୨୨ ହଜାର ୭୮୧ ଟଙ୍କାର ଫିକ୍ସ ସୁଧ ସାମିଲ ରହିଛି ।

ଯଦି ଆପଣ ବରିଷ୍ଠ ନାଗରିକ ଅର୍ଥାତ ଆପଣଙ୍କ ବୟସ ୬୦ ବର୍ଷରୁ ଉପରେ ହୋଇଥିବ ତେବେ ଆପଣଙ୍କୁ ଏହି ସ୍କିମରେ ୧ ଲକ୍ଷ ଟଙ୍କା ଜମା କରିବାରେ ସମୁଦାୟ, ୧,୨୪ ହଜାର ୬୦୪ ଟଙ୍କା ମିଳିବ, ଏଥିରେ ୨୪ ହଜାର ୬୦୪ ଟଙ୍କାର ଫିକ୍ସ ସୁଧ ସାମିଲ ରହିଛି ।