ବରଯାତ୍ରୀ ଧରି ଗଲେ ବିବାହ କରିବାକୁ, ଅଧା ବାଟରେ ଟ୍ରେନ୍ ସାମ୍ନାକୁ ଡେଇଁ ପଡିଲେ ବର

ଅଧା ରହିଗଲା ବିବାହ, ବରଯାତ୍ରୀ ଧରି ବାହାରିଲେ, ଅଧା ବାଟରେ ଟ୍ରେନ୍ ସାମ୍ନାକୁ ଡେଇଁପଡିଲେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଠିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବରଯାତ୍ରୀ ନେଇ ଯାଉଥିବା ବର ଅଚାନକ ଗାଡ଼ିରୁ ଡେଇଁ ଫେରାର ହୋଇଗଲେ।

ଅନେକ ବିଳମ୍ବ ପର୍ଯ୍ୟନ୍ତ ପରିବାର ଲୋକେ ତାଙ୍କୁ ଖୋଜିଥିଲେ, ହେଲେ ତାଙ୍କୁ ପାଇନଥିଲେ। କିଛି ସମୟ ପରେ ପରିବାର ଲୋକେ ଜାଣିବାକୁ ପାଇଲେ ଯେ, ସେ ଟ୍ରେନ ସାମ୍ନାରେ ଠିଆ ହୋଇ ପ୍ରାଣ ହାରିଦେଇଛନ୍ତି।

ସୂଚନା ମିଳିବା ମାତ୍ରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ, ଘଟଣାର ତଦନ୍ତ ଚଳାଇଛି।

ସଂପୂର୍ଣ୍ଣ ମାମଲା: ଅମେଠିର ଗୌରୀଗଞ୍ଜ କୋତବଲୀ ଅଞ୍ଚଳର ନିର୍ମାଣ ହୋଇଥିବା ରେଲୱେ ଷ୍ଟେସନ ପାଖର। ଗତ ସଂଧ୍ୟାରେ ରାୟବରେଲୀ ଜିଲ୍ଲାର ସଲୋନା ଥାନା ଅନ୍ତର୍ଗତ ସୂଚୀ ଚୂରାହେରୁ ୩୦ ବର୍ଷୀୟ ରାମ କିଶୋର ଯାଦବ ବରଯାତ୍ରୀ ଧରି ମଉ ଜିଲ୍ଲାର ଘୋସୀ ଯାଉଥିଲେ। ଏହି ସମୟରେ ବର ଅଧା ରାସ୍ତାରେ ଗାଡ଼ିରୁ ଡେଇଁ ପଳାୟନ କରି ପ୍ରାଣ ହାରିଛନ୍ତି।

ବର ଏଭଳି ନିଷ୍ପତ୍ତି କଣ ପାଇଁ ନେଲା, ତାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ପୋଲିସ ଏହି ଘଟଣାର ତଦନ୍ତ ଚଳାଇ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

ଏହି ବର ଜଣକ ପୂର୍ବରୁ ଅନ୍ୟ କାହାକୁ ପ୍ରେମ କରୁଥିଲେ ବୋଲି ଲୋକେ ସନ୍ଦେହ କରି କହୁଛନ୍ତି। ଏହା ପଛରେ ଅନ୍ୟ କୌଣସି କାରଣ ମଧ୍ୟ ଥାଇପାରେ ବୋଲି କୁହାଯାଉଛି। ତେବେ ପୋଲିସର ତଦନ୍ତ ପରେ ସମସ୍ତ ସତ୍ୟ ସାମ୍ନାକୁ ଆସିବ।