BREAKING NEWS: ଅନଲାଇନ୍ ଗେମ୍ରେ ହାରିବାରୁ ଝୁଲିପଡ଼ିଲେ ୨୩ ବର୍ଷୀୟ ଯୁବକ
ପୁଣି ଅନଲାଇନ ଗେମ୍ ନେଲା ଜୀବନ, ହାରିବାରୁ ପ୍ରାଣ ହାରିଦେଲେ ୨୩ ବର୍ଷୀୟ ଯୁବକ
ଭୁବନେଶ୍ୱର: ପୁଣି ଏକ ଗେମ୍ ପାଇଁ ପ୍ରାଣ ହାରିଥିବା ମାମଲା ସାମ୍ନାକୁ ଆସିଛି। ଅନଲାଇନ୍ ଗେମ୍ ଯୋଗୁଁ ଜଣେ ଯୁବକ ପ୍ରାଣ ହାରିଛନ୍ତି। ଗେମରେ ହାରିବାରୁ ଜୀବନ ହାରିଦେଲେ ବିକାଶ ନାୟକ।
ସୂଚନା ମୁତାବକ, ବିକାଶ ନାୟକ ଅହରହ ମୋବାଇଲରେ ଗେମ୍ ଖେଳୁଥିଲେ। ଏହି ଗେମରେ ସେ ହାରିଯିବାରୁ ଘରେ ଫାଶୀଦେଇ ଝୁଲିପଡିଛନ୍ତି ଏହି ୨୩ ବର୍ଷୀୟ ଯୁବକ। ଲକ୍ଷ୍ମୀସାଗର ଥାନା ଚମ୍ପା ପୋଖରୀରେ ଏହି ଅଘଟଣ ଘଟିଛି।
ଉଲ୍ଲେଖନୀୟ, ଆନଲାଇନ୍ ଗେମ୍ ହେଲା କାଳ। ଲକ୍ଷାଧିକ ଟଙ୍କା ହରାଇ ମାନସିକ ଭାରସାମ୍ୟ ହରାଇ ବସିଲେ ଜଣେ ବ୍ୟକ୍ତି। ପରିବାର ପିଲା ଛୁଆ କାହାରି କଥା ଚିନ୍ତା ନ କରି, ପାଖାପାଖି ୬ ଲକ୍ଷ ଟଙ୍କାର କ୍ଷତି ସହି ନ ପାରି ଶେଷରେ ନିଜ ବେକ ଓ ହାତ ଶିର କାଟି ଆତ୍ମହତ୍ୟା ଉଦ୍ୟମ କଲେ।
ପରେ ପରିବାର ଲୋକ ଉକ୍ତ ବ୍ୟକ୍ତିଙ୍କ ଏପରି ଅବସ୍ଥା ଦେଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଆଉ ଏହି ଘଟଣାଟି କୌଣସି ବାହାର ରାଜ୍ୟର ନୁହେଁ ବରଂ ଆମ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ଘଟଣା।